ନାଉଗାଁ ବ୍ଲକରେ ତ୍ରିମୁଖୀ ଲଢେଇ!

ନାଉଗାଁ, (ଯୁୁଗାବ୍ଦ ନ୍ୟୁଜ ) ଚାରିଆଡେ ଏବେ ରାଜନୈତିକ ଉଷ୍ମତା । ଛକ ବଜାରରେ ଏବେ ରାଜନୈତିକ ଚର୍ଚ୍ଚା । ପଚାର ପାଇଁ ନେତା ଏବେ ମଇଦାନରେ । ଗାଁକୁ ଗାଁ ଗଳି କନ୍ଦି ବୁଲି ବୁଲି ଚାଲିଛି ଭୋଟ ଭିକ୍ଷା । କି ଖରା,କି ଗରମ ସବୁକୁ ବେଖାତିର କରି ଭୋଟର ଭାଗବାନଙ୍କ ପାଖରେ ନେତା । ଜଗତସିଂହପୁର ନିର୍ବଚାନମଣ୍ଡଳୀ ଏଥିରୁ ବାଦ ପଡନ୍ତା ବା କେମିତି,ଏହି ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱ ବହନ କରୁଥିବା ନାଉଗାଁ ବ୍ଳକରେ ଏବେ ପ୍ରଚାର ଯୋରଦାର । ହି ବ୍ଲକରେ କଂଗ୍ରେସ ,ବିଜେଡି ଓ ବିଜେପି ଦଳ ମଧ୍ୟରେ ଫାଇଟ ହେବାକୁ ଯାଉଥିବା ବେଳେ ଚିରଂଜୀବ ବିଶ୍ୱାଳ,ପ୍ରଶାନ୍ତ ମୁଦୁଲି ଓ ସତ୍ୟବ୍ରତ ମହାପାତ୍ର ଭୋଟ ପାଇଁ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ୧୦୪ ବିଧାନସଭା କ୍ଷେତ୍ରର ପାଇଁ ୧ଲକ୍ଷ ୧୦ ହଜାର ୩୮୧ ପୁରୁକ୍ଷ ,୧ଲକ୍ଷ ୮୧୨ ମହିଳା ଓ ୧୭ ଜଣ ଅନ୍ୟାନକୁ ମିଶାଇ ମୋଟ ୨ଲକ୍ଷ ୧୧ହଜାର ୨୧୦ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ଏଥିମଧ୍ୟରୁ ନାଉଗାଁ ବ୍ଳକର ୭୬ଟି ମତଦାନ କେନ୍ଦ୍ର ମଧ୍ୟରେ ୬୮ ହଜାର ୫୮୫ଜଣ ମତଦାତାଙ୍କ ମଧ୍ୟରୁ ୩୬ହଜାର ୨୧୦ଜଣ ପୁରୁଷ, ୩୨ହଜାର ୩୬୯ଜଣ ମହିଳା ଓ ଅନ୍ୟାନ୍ୟ ୭ ଜଣ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଚିରଂଜୀବ ବିଶ୍ୱାଳ,ବିଜେଡିରୁ ପ୍ରଶାନ୍ତ ମୁଦୁଲି ,ବିଜେପିରୁ ସତ୍ୟବ୍ରତ ମହାପାତ୍ର, ଅନରକ୍ଷିତ ସମାଜପାର୍ଟିରୁ ପବୀର କୁମାର ଲେଙ୍କା,ବହୁଜନ ସମାଜପାର୍ଟିରୁ ପରିନା ବିବି,ଜୟ ପ୍ରକାଶ ଜନତା ଦଳରୁ ସୌଭାଗିନୀ ବେହେରା,ଇଣ୍ଡିଆନ ସିଟିଜେନସ ପାର୍ଟିରୁ ନୃସିଂହଚରଣ ବାରିକ ସମେତ ୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । କିନ୍ତୁ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି,ନାଉଗାଁ ବ୍ଲକରେ ଭୋଟ ପ୍ରଚାର ସେତିକି ସେତିକି ଜମି ଜମି ଆସୁଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ଚିରଂଜୀବ ବିଶ୍ୱାଳଙ୍କ ସମେତ ତାଙ୍କ ପୁଅ ଚିରାଗ ବିଶ୍ୱାଳ ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଥିବା ବେଳେ ରାଜ୍ୟସଭା ସାଂସଦ ତଥା ସାନ ଭାଇ ରଂଜୀବ ବିଶ୍ୱାଳ ମଧ୍ୟ ନାଉଗାଁରେ ପ୍ରଚାର ଆରମ୍ଭ କରିଥିବା ଦେଖାଯାଇଛି । ସେହିପରି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ନାଉଗାଁ ବ୍ଲକରେ ପ୍ରାର୍ଥୀ ଭାବେ ନୁଆ ମୁହଁ ହୋଇଥିବାରୁ ସେ କମ ସମୟ ମଧ୍ୟରେ ଅସନ୍ତୁଷ୍ଟ କର୍ମୀକୁ ସନ୍ତୁଷ୍ଟ କରି ବିଭିନ୍ନ ପଂଚାୟତରେ କର୍ମୀ ସମ୍ମିଳନୀ କରୁଥିବା ଦେଖିବାକୁ ମିଳୁଛି । ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ୨୦୧୪ ନିର୍ବାଚନରେ ସ୍ୱାର୍ଧୀନ ପ୍ରାର୍ଥୀ ଭାବେ ନାଉଗାଁରେ ପରିଚିତ ଥିଲେ । ସେ ବର୍ତମାନ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇ ଗାଁ ଗାଁ ବୁଲି ପଚାର ଚଳାଉଛନ୍ତି । କିନ୍ତୁ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ହୋଇଥିବା ପ୍ରତାପ ମିଶ୍ରଙ୍କ ଦେଖା ମିଳୁ ନଥିବା ଆଲୋଚନା ହେଉଛି । ଏପରିକି ପ୍ରତାପଙ୍କ ନିଜ ଘର ନାଉଗାଁ ବ୍ଲକ ହୋଇଥିବା ବେଳେ ସେ ପ୍ରଚାରରେ ସାମିଲ ହେଉନଥିବାକୁ ନେଇ ସନ୍ଦେହ ଉପୁଜୁଛି । ସେହିପରି ଅନ୍ୟ ୪ ପ୍ରାର୍ଥୀମାନଙ୍କର କୌଣସି ଦର୍ଶନ ମିଳୁନଥିବା ମଧ୍ୟ ଚର୍ଚ୍ଚା ହେଉଥିବା ବେଳେ କାହାର କେତେ ଦମ ତାହା ଆସନ୍ତା ମଇ ୨୩ରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ