ନାଉଗାଁ ବ୍ଳକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ
ନାଉଗାଁ,(ଓ୍ବାଇଏନ୍ଏସ୍): ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ନାଉଗାଁ ବ୍ଲକରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଂଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସକାଳ ସମୟରେ ବ୍ଲକର ନାଉଗାଁହାଟ, ଗଙ୍ଗଦାହାଟ, ଅଲଣାହାଟ ଆଦି ବଜାର ଗୁଡିକରେ ଅଳ୍ପ କେତେକ ଦୋକାନ ଖୋଲାଥିଲା । ସେଠାକୁ କଂଗ୍ରେସ କର୍ମୀମାନେ ଯାଇ ବନ୍ଦ କରିଥିଲେ । ସେହିପରି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ପ୍ରାୟତଃ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ନିର୍ଦ୍ଧାରିତ ସମୟରେ ଖୋଲିଥିଲା । କିନ୍ତୁ ଉକ୍ତ କାର୍ଯ୍ୟାଳୟକକୁ କର୍ମୀମାନେ ଯାଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିଥିବା ଜଣାଯାଇଛି । ପୂର୍ତ ବିଭାଗ ରାସ୍ତା ବାଲିଭଉଁରୀ-ଶିଖର ରାସ୍ତାର ନାଉଗାଁ ବଜାରର ଦେବୀ ଘର ସମ୍ମୁଖ କଂଗ୍ରେସ ବ୍ଲକ କଂଗ୍ରେସ ସଭାପତି ନିରଂଜନ ବେହୁରା, ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ସ୍ୱାଇଁ, ଯୁବନେତା କମଳଲୋଚନ ମହାନ୍ତି, ବିନୟଭୂଷଣ ମହାପାତ୍ର, ଛାତ୍ରନେତା ସୁନିଲ ମାଟିଆ, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ସଂପାଦକ ନାରାୟଣ ଲେଙ୍କା, ଦିପୁ ପରିଜା, ଅଭୟ ବିଶ୍ୱାଳ, କଂଗ୍ରେସ ନାୟକ, ପ୍ରିତମ ପରିଜା, ସୌମ୍ୟସଂଜୀବ ଦାସ ପ୍ରମୁଖ ବାଉଁଶ ପକାଇ ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ କୌଣସି ଯାନବାହନ ଯିବା ଆସିବା କରି ନଥିଲା । ସେହିପରି ଗଙ୍ଗଦାହାଟର ବିଜୁ ପଟ୍ଟାନୟକ ଛକରେ ଜିଲ୍ଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ଅଲେଖ ସାହୁ, ପ୍ରହଲ୍ଲାଦ ବିଶ୍ୱାଳ, ବିଜୟ ବେହେରା, ଅକ୍ଷୟ ବେହେରା, ଶିଖର ସରପଂଚ ଅକ୍ଷୟ ଜେନା, ଓଷକଣା ପଂଚାୟତ ପୂର୍ବତନ ସମିତି ସଭ୍ୟ ନବଘନ ମଲ୍ଲିକ, ବିଦୁର ବିଶ୍ୱାଳ, ବାବୁରାମ ଜେନା, ସହଦେବ ପାଳ, ରଂଜିତ ଜେନା, ହେମନ୍ତ ରଥ, ଗଣେଷ ମୁଦୁଲି, ବିବେକାନନ୍ଦ ବାରିକ, ପିଂଟୁ ଦାସ ପ୍ରମୁଖ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ମୁଣ୍ଡାଳୋ ବଜାର ଓ ଅଲଣାହାଟରେ ନୂଆଗାଁ ପଂଚାୟତ ସମିତି ସଭ୍ୟ ଦୋଳଗୋବିନ୍ଦ ରାଉଳ, ରୋହିଆ ସରପଂଚ ଶିବ ପ୍ରସାଦ ନାୟକଙ୍କ ଆଦି ରାସ୍ତା ଅବରୋଧ କରିବା ସହିତ ଶାନ୍ତିଶୃଙ୍ଖଳା ସହ ବନ୍ଦକୁ ସଫଳ କରାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତ ଦୃଷ୍ଟିରୁ ସମସ୍ତ ଛକ ମାନଙ୍କରେ ପୋଲିସ ମୃତୟନ କରାଯାଇଥିଲା ।


