ନାଉଗାଁ ବ୍ଳକରେ ବର୍ଦ୍ଧିତ ଭତା ବଂଟନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବର୍ଦ୍ଧିତ ଭତା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ବଂଟନ କରାଯାଇଛି । ବୁଧବାର ପଂଚାୟତ ସମିତି କାର୍ଯ୍ୟାଳୟର ସମିଳନୀ କକ୍ଷରେ ଆୟୋଜିତ ଭତା ବିତରଣ ଉତ୍ସବରେ ବିଡିଓ ତପନ କୁମାର ମହାପାତ୍ର ଯୋଗ ଦେଇ ଏହି ଭତା ବଂଟନ କରିଥିଲେ । ଚଳିତ ମାସ ପାଇଁ ସମୁଦାୟ ୧୧୯୩ ଜଣଙ୍କୁ ଉକ୍ତ ବର୍ଦ୍ଧିତ ଭତା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ ୪୩୯ଜଣ, ଇନ୍ଦିରାଗାନ୍ଧୀ ଜାତୀୟ ବାଦ୍ଧକ୍ୟ ଭତା ୬୭୧ ଜଣ, ମଧୁବାବୁ ଭିନ୍ନକ୍ଷମ ୫୯ଜଣ, ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମରେ ୨୪ ଜଣଙ୍କୁ ଏହି ଭତା ପ୍ରଦାନ କରାଯାଇଥିଲା । ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତ ତଦୂର୍ଦ୍ଧ୍ୱ ଭିନ୍ନକ୍ଷମମାନେ ୩୫୦୦ଟଙ୍କା ଲେଖାଁଏ ଭତା ପାଇଥିଲେ । ଏହି କାର୍ଯ୍ୟକ୍ରମକୁ ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସାମାଜିକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର, କନିଷ୍ଠ ସହାୟକ ଜ୍ଞାନ ରଂଜନ ପ୍ରଧାନ, କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ଆଦି ପରିଚାଳନା କରିଥିଲେ ।