ନାଉଗାଁ ବ୍ଳକରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ବିଧାୟକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବୁଧବାର କୋରୁଅ ପଂଚାୟତରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କର ଚିନ୍ତା ଦୂର ହୋଇଛି । ବର୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କା ଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ବିଧାୟକ କହିବା ସହିତ କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଯୋଗାଣ ନିରୀକ୍ଷକ ଅମୀୟ କୁମାର ପ୍ରଧାନ, ସରପଂଚ ଅରଣ୍ୟ ନାୟକ, ପଂଚାୟତ ସମିତି ସଭ୍ୟା ବନ୍ଦନା ପୂଜାରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପରିଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା ପରିଚାଳନା କରୁଥିବା ବେଳେ ସୁଶାନ୍ତ ପରିଡା, କୈଳାଶ ଦୈଳାଇ, ହିରଣ୍ୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ବ୍ଲକର ସମୁଦାୟ ୧୬,୮୭୨ ପରିବାର ସ୍ମାର୍ଟ କାର୍ଡ ପାଇବାକୁ ଥିବା ବେଳେ ୬୧,୬୭୪ଜଣ ଲୋକ ଏଥିରେ ଉପକୃତ ହେବେ ବୋଲି ଯୋଗାଣ ନିରୀକ୍ଷକ ଅମୀୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ