ନାଗରିକ ମହାସଭା ର ଶାନ୍ତି ପୁର୍ଣ ଧାରଣା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଅଭିଚରିତ ବସ ସେବା ଯୋଗୁଁ ସାଧାରଣ ଲୋକ ହଇରାଣ ଓ ଖର୍ଚ୍ଚାନ୍ତ ହେଉଥିବାରୁ ଏହାର ପ୍ରତିବାଦ ସ୍ୱସୃପ ଆଜି ନାଗରିକ ମହାସଭା ଧାରଣା ଦେଇଛି |ନାଗରିକ ମହାସଭା ର ସଭାପତି ପ୍ରଶାନ୍ତ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ଷ୍ଟେଟବେଙ୍କ ଛକ ରେ ଶାନ୍ତିପୂର୍ଣ ଧାରଣା ଦିଆଯାଇଛି | ଘୋରେଇ ବସ ମାଲିକ ଙ୍କ ପ୍ରରୋଚନା ରେ ଲକ୍ଷ୍ମୀ ବସ ଗୁଡିକ ର ରୁଟ ପରିବର୍ତନ କରି ଚଳାଇବା, ଘୋରେଇ ବସ ମୂଲ୍ୟ ବୃଦ୍ଧି କରି ଲୋକଙ୍କ ପାଖରୁ ଅଧିକ ଟିକସ ଆଦାୟ କରିବା, ବସ ଷ୍ଟାଣ୍ଡ କୁ ବସ ନ ଯାଇ ବିଭିନ୍ନ ବାହାନା କରି ଫୋରେଷ୍ଟ ଛକ, ଷ୍ଟେଟ ବେଙ୍କ ଛକ ଦେଇ ଚାଲିଛି ଯାଉଥିବା, ବ୍ରହ୍ମପୁର ବସ ଗୁଡିକ ଗାଁ ଭିତର କୁ ନ ଯାଇ ଲୋକ ଙ୍କୁ ଉତ୍ତମ ସେବା ଯୋଗାଉ ନ ଥିବାରୁ ଏହାର ପ୍ରତିବାଦ ରେ ପ୍ରାୟ 3 ଘଣ୍ଟା ଶାନ୍ତି ପୁର୍ଣ ଧାରଣା ଦିଆଯାଇଥିଲା | ବରିଷ୍ଟ ବିଜେପି ନେତା ନଳିନୀ ପାତ୍ର, ପ୍ରଶାନ୍ତ ସାହୁ, ତ୍ରିନାଥ ନାୟକ, କାଟିକି ରାମା ରାଓ, ସୁଜନ କୁମାର, ଏଣ୍ଡପିଲି ଆନନ୍ଦ, ରବି ପଣ୍ଡା ଓ ବହୂ ଜନ ସାଧାରଣ ଏହି ଧାରଣା ରେ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ