ନାଗରିକ ମିଳିତ ମଂଚର ସ୍ୱତନ୍ତ୍ର ବୈଠକ,

ଉପଖଣ୍ଡଚିକିତ୍ସାଳୟର ଖାଲି ଥିବା ସମସ୍ତ ପଦବୀ ପୂରଣ ନେଇ ଆସନ୍ତା ୨୫ତାରିଖରେ ସମ୍ମୁଖରେ ମୈାନ ଆନ୍ଦୋଳନ
ଛତ୍ରପୁର : ଶିବକୁମାର ପଟ୍ଟନାୟକ ରିଡ଼ିଂ ରୁମ୍ ପରିସରରେ ଗତକାଲି ସନ୍ଧ୍ୟାରେ ଛତ୍ରପୁର ନାଗରିକ ମିଳିତ ମଂଚର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ଆଇନଜୀବୀ ବି. ଶ୍ରୀନିବାସ ରାଓ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ଏନଏସି ନଗରପାଳ ରାମଚନ୍ଦ୍ର ବେହେରା, ଆଇନଜୀବୀ ରାମକୃଷ୍ଣ ଦାଶ, ପ୍ରଦୀପ କୁମାର ପାଢୀ, ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାରଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ଛତ୍ରପୁର ସହରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା କରିଥିଲେ । ସେଗୁଡ଼ିକ ହେଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଉପଖଣ୍ଡ ସ୍ତରୀୟ ମାନ୍ୟତା ପାଇଥିଲେ ସୁଦ୍ଧା ଏହା ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି, ଚିକିତ୍ସାଳୟରେ ଆବଶ୍ୟକ ଅନୁଯାୟୀ ସମସ୍ତ ପଦବି ପୂରଣ କରିବା, ଛତ୍ରପୁର ଏନଏସିର ବିଦ୍ୟୁତ ସଂଯୋଗର ସୁଧାର ଆଣିବା, ପରିମଳର ସୁଧାର ଆଣିବା ଏବଂ ଘରୋଇ ଓ ବ୍ୟବସାୟର ହୋଲଡ଼ିଂ ଟେକ୍ସକୁ ସଠିକ୍ ଭାବେ ଏନଏସି ପକ୍ଷରୁ ଆଦାୟ କରିବା ସହିତ ଛତ୍ରପୁର ସହରକୁ ସବୁଜ ଓ ସୁସ୍ଥ ସହରରେ ପରିଣତ କରିବା ନେଇ ଆଲୋଚନା ହୋଇଥିଲା । ଖାସ୍ କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ପଦବି ପୂରଣ କରିବା ନିମନ୍ତେ ନାଗରିକ ମିଳିତ ମଂଚ ପକ୍ଷରୁ ଚିକିତ୍ସାଳୟ ସମ୍ମୁଖରେ ଆସନ୍ତା ୨୫ ତାରିଖ ଦିନ ଦୁଇ ଘଂଟା ମଉନ ଆନ୍ଦୋଳନ କରାଯିବ ବୋଲି ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ