ନାଗସାପ ଉଦ୍ଧାର
ହାଟଡ଼ିହି, : ହାଟଡିହି ବ୍ଲକ ଡିମିରିଆ ସ୍କୁଲ ପରିସରରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ପୂଜା ଛୁଟିପରେ ଆଜି ସ୍କୁଲ ଖୋଲାଯିବାପରେ ଛୁଆମାନେ ଶ୍ରେଣୀ କକ୍ଷକୁ ଯିବାବେଳେ ଏକ ବଡ ନାଗସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାକୁନେଇ ଛାତ୍ରଛାତ୍ରୀ ମାନେ ଆତଙ୍କିତ ହୋଇପଡିଥିଲେ । ଏନେଇ ଜଂଗଲ ବିଭାଗକୁ ଖବର ଦେବାପରେ ହଦଗଡ ଜଂଗଲ ବିଭାଗର କର୍ମଚାରୀମାନେ ପହଞ୍ଚି ସାପଟିକୁ ଉଦ୍ଧାର କରି ଗଡଚଣ୍ଡୀ ଜଂଗଲରେ ଛାଡି ଥିବା ଜଣଣାଯାଇଛି ।