ନାଟ୍ୟ କର୍ମଶାଳା ଆୟୋଜିତ
ପାରଳାଖେମୁଣ୍ଡି, ( ତାରିଣୀ ପଣ୍ଡା): ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଦୁଇ ଦିନିଆ ନାଟ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି, ନାଟ୍ୟ ନିର୍ଦ୍ଦେଶକ ଅର୍ଜୁନ ନାୟକ ଓ ନାଟ୍ୟକାର ଦେବେନ୍ଦ୍ର ଦାସ , ଯୁବ ନିର୍ଦ୍ଦେଶକ ମନୋଜ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କର୍ମଶାଳା ରେ ଅନୁଷ୍ଠାନ ର ବହୁ କଳାକାର ଯୋଗ ଦେଇ ଆଗାମୀ ଦିନରେ କିପରି ଭାବରେ ନୂତନ ଶୈଳୀ ରେ ନାଟକ ଉପସ୍ଥାପନ କରିବା ପାଇଁ ଆଲୋଚନା କରିଥଲେ, ଏହି କାର୍ଯ୍ୟକ୍ରମରେ ଅନ ଲାଇନ୍ ଭିଡିଓ ମାଧ୍ୟମରେ ରାଜ୍ୟ ର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଯୋଗ ଦେଇ ପାରଳାଖେମୁଣ୍ଡିରେ ଓଡିଆ ନାଟକ ଓ ମଞ୍ଚ କୁ ଅଧିକ କ୍ରିୟାଶୀଳ କିପରି କରିପାରିବା ସେ ଦିଗ ରେ ଆଲୋକପାତ କରିଥିଲେ, କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏମ. ପୃଥିବୀରାଜ, ଆଦର୍ଶ ଦାସ, ସୁବାଷଦାସ,ଶୁଭ୍ରାଂଶୁ ପଟନାୟକ, ରଜତ ପାତ୍ର, ହର ତ୍ରିପାଠୀ, ହରିହର ପଟନାୟକ,ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ, ଇନ୍ଦିରା ପଟ୍ଟନାୟକ, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର,ପ୍ରତ୍ୟୁଷ ପଣ୍ଡା ପ୍ରମୁଖ ଯୋଗଦେଇ ନାଟକ ର ବିଭିନ୍ନ ବିଷୟ ଆଲୋଚାନା କରିଥଲେ।


