୧୦ ଜିଲ୍ଲାକୁ କାଳବୈଶାଖୀ ୱାର୍ଣ୍ଣିଂ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍ ): ରାଜ୍ୟର ୧୦ରୁ ଊର୍ଧ୍ୱ ଜିଲ୍ଲାରେ ଆଗାମୀ ୨୪ ଘଂଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏହା ବାଦ ୩୦ରୁ ୪୦କିମି ବେଗରେ ପବନ ବହିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି । ଏହି ସବୁ ଜିଲ୍ଲା ମାନଙ୍କ ପାଇଁ ୟେଲୋ ୱାର୍ନିଂଗ ଜାରୀ କରା ଯାଇଛି ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ସମେତ ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ରହିଛି । ସେହିପରି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରା ଯାଇଛି ଯେ ଆସନ୍ତା ୪ ତାରିଖରୁ ୫ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ନୂଆପଡ଼ା, ଝାର୍ରସୁଗୁଡ଼ା    ଆଦି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଏଥିରେ କୁହା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ