ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍‌) : ସୋସୋ ଥାନା କାନପୁର ଗାଁରେ ଜଣେ ଭିନ୍ନକ୍ଷମ ନାଁ ବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସୋସୋ ପୁଲିସ ଅଭିଯୁକ୍ତ ବସନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ବସନ୍ତ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବାବେଳେ ଗତକାଲି ସେ ଦନେଇପୁର ଗାଁକୁ ଯାଇଥିଲା । ସେଠାରୁ ଫେରିବା ବାଟରେ ସାଳନ୍ଦୀ ନଦୀ ତଟରେ ଗାଧୋଇବାକୁ ଯାଇଥିବା ଗାଁର ଜଣେ ଭିନ୍ନକ୍ଷମ ନାଁବାଳିକାକୁ ଏକୁଟିଆ ପାଇ ତାକୁ ନିଟକସ୍ଥ ତୋଟାକୁ ଟେକିନେଇ ସେଠାରେ ଦୁଷ୍କର୍ମ କରିଥିଲା । ନା ବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ତୁରନ୍ତ ଏନେଇ ସୋସୋ ଥାନାରେ ଅଭିଯୋଗ କରିଥିଲେ । ସୋସୋ ପୁଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବସନ୍ତକୁ ଡାକ୍ତରୀ ପରୀକ୍ଷା କରିବାପରେ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ