ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମୈାଲବୀ ଗିରଫ

କେନ୍ଦ୍ରାପଡା : ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମରେ ଜନୈକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ମୈାଲବୀ ଅବଦୁଲ ସଲାମ(୪୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପିଡିତା ନାବାଳିକାର ମାତାଙ୍କ ଅଭିଯୋଗକୁ ଆଧାରକରି ପୋଲିସ ୩୬/୨୦୨୦ରେ ଆଇପିସିର ଦଫା ୨୯୪, ୩୪୧, ୩୪୨, ୩୫୪, ୫୦୬, ୫୦୯ ଓ ପୋକ୍ସୋ ଆଇନର ୧୨ଦଫାରେ ଗିରଫ କରି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲେ । ଜାମିନ ନାମଞ୍‌ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳ ଜେଲକୁ ପଠାଇଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ