ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଓ ଭିଡିଓ ଭାଇରାଲ ଘଟଣାର ଅଭିଯୁକ୍ତ ଗିରଫ

ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଗ୍ରାମରେ ଜଣେ ନାଁ ବାଳିକାକୁ ଦୁଷ୍କର୍ମ ଉଦ୍ୟମ ସହ ତାର ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗରେ ନନ୍ଦିପଦା ପୁଲିସ ଅଭିଯୁକ୍ତ ଅକ୍ଷୟ ସାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାଇ ଗତ ଜୁଲାଇ ୨୬ତାରିଖ ସକାଳ ୭ଟାବେଳେ ୧୪ବର୍ଷୀୟ ନାଁ ବାଳିକା ଜଣକ ଶୌଚ ପାଇଁ ଯାଉଥିବାବେଳେ ତାକୁ ଏକୁଟିଆ ପାଇ ସେହି ଗ୍ରାମର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ତାକୁ ଯୋର ଜରବଦସ୍ତ ନିକଟସ୍ଥ ଏକ ବୁଦା ମୁଳକୁ ଟେକିନେଇ ତାକୁ ଦୁଷ୍କର୍ମ ଉଦ୍ୟମ କରିବା ସହିତ ମୋବାଇଲରେ ତାର ଆପତ୍ତିଜନକ ସ୍ଥାନର ଭିଡିଓ ଉତ୍ତୋଳନ କରିଥିଲା । ଏ ସମ୍ପର୍କରେ କାହାରିକୁ ନ ଜଣାଇବାକୁ ଧମକ ଦେଇଥିଲା । ସେହିଦିନ ଠାରୁ ତାକୁ ସେ ଫଟୋ ସବୁ ଭାଇରାଲ କରିବାର ଧମକ ଦେଇ ତା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ବେଳେ ଭିଡିଓକୁ ଭାଇରାଲ କରିବାରୁ ନା ବାଳିକା ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା । ଗତ ୩୦ତାରିଖ ଦିନ ନାଁ ବାଳିକା ଜଣକ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପୁଲିସ ଗତକାଲି ଅକ୍ଷୟକୁ ଗିରଫ କରିଥିବାବେଳେ ଆଜି ତାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ