ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଓ ବ୍ଲାକମେଲିଂ ଅଭିଯୋଗରେ ୨କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ କଜଳା ଗ୍ରାମରେ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ନାବାଳିକାର ପିତାଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୧୮୭/୨୦୨୩ରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା । ବୁଧବାର ସେହି ଦୁଇଜଣ ଅଭିଯୁକ୍ତଙ୍କୁ ଆଇ.ପି.ସି.ର ଦଫା ୩୭୬(ଘ)(କ), ୫୦୬ ଏବଂ ପୋକ୍ସୋ ଆକ୍ଟର ୬ଦଫାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ହାପି ଓରଫ ରାଜେନ୍ଦ୍ର କୁମାର ସାହୁ(୧୯) ହୋଇଥିବା ବେଳେ ଅନ୍ୟ ଜଣେ କଜଳାରେ ରହୁଥିବା କେଉଁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତରୁଆ ଗ୍ରାମର ପ୍ରାଣକୃଷ୍ଣ ଭଞ୍ଜଙ୍କ ପୁଅ ରାଜା ଓରଫ ସମ୍ରାଟ ଶୁଭାଶିଷ ଭଞ୍ଜଦେଓ(୨୧) ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ