ନାବାଳିକାଙ୍କୁ ଦୁଷ୍କର୍ମ
ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଳିଛି ଅପରାଧ । ଅପରାଧି କୁ ରୋକିବା ପାଇଁ ପୋଲିସ ନାକେଦମ ହୋଇଯାଉଛି କିନ୍ତୁ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି ସିନା ଅପରାଧ କମିବାର ନା ଧରୁନାହିଁ । ଦେଶର ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ମହିଳା ଓ ଯୁବତୀ ପ୍ରତି ୧ ଘଣ୍ଟାରେ ୪ ଜଣ ଦୁଷ୍କର୍ମର ଶୀକାର ହେଉଛନ୍ତି । ଏହା ସରକାର ଙ୍କର ମୁଣ୍ଡବ୍ୟଥାର କାରଣ ପାଲଥିବା ବେଳେ ନୟାଗଡ ଜିଲ୍ଲାରେ ଜଣେ ୧୦ ବର୍ଷର ଛାତ୍ରୀ ଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୋଟିଏ ବାଇକରେ ବାପା ,ଭାଇ ,୧୦ ବର୍ଷର ଝିଅ ଯାଉଥିବା ସମୟରେ ରାସ୍ତାରେ ଗାଡିଟିର ପନ୍ଚିୟର ହୋଇଯାଇଥିଲା । ଏହି ସମୟରେ ଜିତୁ ମହାରଣା ମୋଟର ସାଇକେଲ ଯୋଗେ ଆସି ନିଜ ଆଡୁ ଲିଷ୍ଟ ଦେଇଥିଲେ । ଗାଡିରେ ନାବାଳିକା ଜଣକୁ ମୋଟର ସାଇକେଲ ଯୋଗେ ବସାଇ ନେବା ବେଳେ ରାସ୍ତା ଅଧବାଟରେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲା । ଏହା ପରେ ନାବାଳିକା ଜଣକୁ କାହାକୁ କିଛି ନକହିବା ପାଇଁ କହିଥିଲା । ଏହା ପରେ ଝିଅଟିକୁ ବାଇକରେ ଆଣି ବାହାଡା ଛକରେ ଛାଡଥିଲା । ଏହା ପରେ ଲୋକମାନେ ରୁଣ୍ଡ ହୋଇ ଜିତୁ ମହାରଣାକୁ ନିର୍ଧୁମ ପିଟିବା ସହ ନିକଟସ୍ଥ ପୋଲିସ ଷ୍ଟେସନରେ ଜିମା ଦେଇଥିଲେ ।