ନାବାଳିକା କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗ
ହାଟଡ଼ିହି(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡିହି କଲେଜର ଜଣେ ଯୁକ୍ତ୨ କଲେଜ ଛାତ୍ରୀକୁ ଅପହରଣ କରାଯାଇଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ସୋସୋ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ଦିନ ସୋସୋ ଥାନା ଅଞ୍ଚଳର ଏହି କଲେଜ ଛାତ୍ରୀ ଜଣକ କଲେଜକୁ ଆସିଥିବାବେଳେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକେ ତାକୁ ଫୋନ କରି ପଚାରିବାରୁ ସେ ବଞ୍ଚୋରେ ତାର ଜଣେ ସାଙ୍ଗ ଘରେ ରହିଥିବା କହିଥିଲା । ତା ପରଦିନ କଲେଜକୁ ଯାଇ ବସରେ ଘରକୁ ଫେରୁଥିବା ଛାତ୍ରୀ ଜଣକ ଫୋନ କରି କହିଥିଲେବି ଆଉ ଘରକୁ ଫେରି ନଥିଲା । ଏପରିକି ତା ଫୋନ ସୁଇଜ ଅଫ ହୋଇ ଯାଇଯାଇଥିଲା । ପରିବାର ଲୋକେ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ଖୋଜାଖେଜି କରିବାପରେ କୌଣସି ସନ୍ଧାନ ମିଳିନଥିଲା । ଗୋଟିଏ ଦିନ ପରେ ତାଙ୍କ ଝିଅକୁ ବନ୍ତ ଥାନା ଟିଲୋ ଗ୍ରାମର କାଳନ୍ଦୀ ଯେନାଙ୍କ ପୁଅ ପଣ୍ଡା ଯେନା ଅପହରଣ କରିନେଇଛି ବୋଲି ଏକ ବିଶେଷସୁତ୍ରରୁ ଜାଣିବାପରେ ସେମାନେ ତାଙ୍କ ଘରକୁ ଯାଇ ପଚାରିବାରଲୋକଙ୍କୁ ପଚାରିବାରୁ ଝିଅକୁ ନେଇ ବାହାରକୁ ପଳାଇଛି ବୋଲି ତାଙ୍କ ପରିବାର ଲୋକେ କହିଥିଲେ । ଛାତ୍ରୀର ବାପା ଏ ସମ୍ପର୍କରେ ବନ୍ତ ଥାନାରେ ଅଭିଯୋଗ କରିବାପରେ ବନ୍ତ ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସୋସୋ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସେହି ଅନୁଯାଇ ଛାତ୍ରୀର ବାପା ସୋସୋ ଥାନାରେ ଏକ ଅଭିଯୋଗ କରିବାପରେ ସୋସୋ ପୁଲିସ ଏକ ମାମଲା ରୁଜୁକରି ଚୁପ ହୋଇ ବସିଯାଇଛିବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।


