ନାବାଳିକା କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ବାମେବାରୀ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ହଇରାଣ ହରକତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ବାମେବାରୀ ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପିଡିଛି ଯେ, ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଜୁରୁଡି ଅଂଚଳର ରବିନ ମହାନ୍ତ ନାମକ ଜଣେ ୩୬ ବର୍ଷୀୟ ଯୁବକ ଦୀର୍ଘ ୨ ବର୍ଷ ହେବ ଉକ୍ତ ନାବାଳିକାଙ୍କର ମୋବାଇଲ୍ ନଂ ସଂଗ୍ରହ କରି ଫୋନ୍ ମାଧ୍ୟମରେ ଅସଦାଚରଣ କରି ତାଙ୍କୁ ହଇରାଣ ହରକତ କରିବା ସହିତ ମୋବାଇଲ୍ ଫୋନରେ ନାବାଳିକାଙ୍କର ଫୋଟ ଭାଇରାଲ୍ କରିବାର ଧମକ ଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ଯୁବକକୁ ଗିରଫ କରିବା ସହିତ କେଶ୍ ନଂ ୭୪/୨୦୨୦ ପୋକ୍ସୋ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।