ନାବାଳିକା ଦୁଷ୍କର୍ମ ମାମଲାରେ ଗୋରୁମହିଷାଣୀ ପୋଲିସ ଯନ୍ତାରେ ଯୁବକ
ରାଇରଙ୍ଗପୁର(ଅକ୍ଷୟ କୁମାର ବିଶ୍ବାଳ):ଅସମାଜିକତା, ଅସଦାଚରଣ, ବ୍ୟଭିଚାର,ବଳାତ୍କାର, ଅନ୍ଧବିଶ୍ୱାସ,ପାରିବାରିକ ହିଂସା,ପରକ୍ରିୟାପ୍ରତି, ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ଚାଲିଛି ।ଏହା ପାଇଁ ଆଇନ ଓ ଦଣ୍ଡ ଯେତେ କଡ଼ା ହେଲେ ମଧ୍ୟ ସମାଜରେ କିଛି ପ୍ରଭାବ ପଡୁଛି ନାହିଁ ।ଏହା ବିରୁଦ୍ଧରେ ସରକାର ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବ୍କକ ପ୍ରଶାସନ ପକ୍ଷରୁ ମଦ ହାଣ୍ଡିଆ ବିରୋଧରେ ସଚେତନ, ପୋଲିସ ବିଭାଗ ତରଫରୁ ‘ପରୀ’ରଥ କାର୍ଯ୍ୟକ୍ରମ,ଡାହାଣୀ ଓ ଅନ୍ଧବିଶ୍ୱାସକୁ ନେଇ ସଚେତନ କାର୍ଯ୍ୟକ୍ରମ, ଆଇନ ପ୍ରାଧୀକରଣ ତରଫରୁ ନାରୀମାନଙ୍କ ଉପରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ହେଲେ ସମାଜର ୦.୫ଭାଗ ମାନସିକ ବିକୃତି ଲୋକ,ମଦୁଆ,ଲମ୍ପଟ, ଅସାମାଜିକ ଲୋକଙ୍କର ଅସୁର ପ୍ରକୃତି ପାଇଁ ସବୁ ବ୍ୟବସ୍ଥା ଚୁରମାର ହୋଇ ଯାଉଛି ।ସମାଜର ସୁସ୍ଥ ପରିବେଶରେ ଅଶାନ୍ତ ବଳୟ ସୃଷ୍ଟି କରୁଛନ୍ତି ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସିମାନ୍ତ ଗୁହଡାଙ୍ଗିରୀ ପଞ୍ଚାୟତର ତୋଟାନେତ୍ରା ଗାଁ ରେ । ଜନୈକ ନାବାଳିକା ଲକ୍ ଡାଉନ୍ ପୂର୍ବରୁ ତୋଟାନେତ୍ରା ଗ୍ରାମର ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ ।ପରେ କରୋନା ପାଇଁ ଲକ୍ ଡାଉନ୍ ହୋଇ ଯାଇଥିଲା । ଲକ୍ ଡାଉନ୍ ଯୋଗୁଁ ସେ ତାଙ୍କ ନିଜ ଘରକୁ ଫେରି ପାରି ନ ଥିଲା । ରବିବାର ଦିନ ସଂଜବେଳେ ସେ ଘର ନିକଟସ୍ଥ ବିଲକୁ ଏକୁଟିଆ ଶୌଚ ପାଇଁ ଯାଇଥିଲେ । ନାବାଳିକାକୁ ଏକୁଟିଆ ଦେଖି ସେହି ଗାଁର ୨୧ବର୍ଷୀୟ ଯୁବକ ଲୁଚିକରି ଆସି ଦୁଷ୍କର୍ମ କରିଥିଲା ।ଝିଅଟି କାନ୍ଦି କାନ୍ଦି ଆସି ସଂପର୍କୀୟଙ୍କ ଘରେ କହିଥିଲା ।ପରେ ସେମାନେ ଗୋରୁମହିଷାଣୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଏବଂ କେଶ ନଂ ୩୨ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର ଏସଡିପିଓ ସ୍ନେହାସୀସଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ ଘଟଣାକୁ ଛାନଭିନ ଆରମ୍ଭ କରି ଦେଇଛନ୍ତି ।ଯୁବକକୁ ଅଟକ ରଖିବା ସହ ନାବାଳିକାକୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଇଛନ୍ତି । ମଙ୍ଗଳବାର ଦିନ ମାଜିଷ୍ଟ୍ରେଟଙ୍କ ପାଖରେ ନାବାଳିକାର ବୟାନ ନିଆଗଲା ପରେ ଆଇନ ଅନୁସାରେ କଡ଼ା ପଦକ୍ଷେପ ନିଆଯିବ ।


