ନାବାଳିକା ସହ ଅନୈତିକ ସଂପର୍କ ମାମଲା; ପୋକସୋ ଯନ୍ତାରେ ଯୁବକ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ପୋକସୋ ଯନ୍ତାରେ ଯୁବକ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ । ପ୍ରକାଶ ଥାଉକି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତର କରକଚିଆ ଗାଁର ସୁନ୍ଦର ମୋହନ ଟୁଡୁ ଜନୈକ ନାବାଳିକା ସହ ୨୦୧୭ ମସିହାରୁ ଅନୈତିକ ସମ୍ପର୍କ ରଖିବା ସହ ତାକୁ ଏଠି ସେଠି ନେଇ ରଖି ଆସୁଥିଲେ।ପରେ କିଛି ଦିନ ତଳେ ସେହି ନାବାଳିକାକୁ ରାଇରଙ୍ଗପୁର ବସଷ୍ଟାଣ୍ଡ ରେ ଛାଡି ଖସି ପଳାଇଥିଲେ । ଏ ନେଇ ପରିବାର ତରଫରୁ ୦୬-୧୨-୨୦୧୯ ରେ ଥାନାରେ ଏତଲା ଦିଆଯାଇଥିଲା ।କେଶ ନଂ ୧୦୪ ରୁଜୁ ହୋଇଛି ଏବଂ ପକସୋ ମାମଲା ଲାଗିଛି ।ଏହାକୁ ଭିତ୍ତି କରି ପୋଲିସ ସୁନ୍ଦର ମୋହନ ଟୁଡୁ କୁ ମଙ୍ଗଳବାର ଦିନ ଗିରଫ କରିଛି । କିଛି ଦିନ ତଳେ ବାଦାମ ପାହାଡ଼ ଥାନାରେ, ରାଇରଙ୍ଗପୁର ଟାଉନଥାନା ରେ ପୋକସୋ ମାମଲାରେ ଦୁଇ ଜଣ ପୋକସୋ ଯନ୍ତାରେ ପଡ଼ି ସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ