ନାରଦ ସମ୍ମାନ -୨୦୨୦ ସ୍ଥଗିତ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ନାରଦ ଜୟନ୍ତୀ ଓ ନାରଦ ସମ୍ମାନ ଉତ୍ସବ ୨୦୦୩ ରୁ ପାଳନ କରି ଆସୁଛି । ଏହି ଦୀର୍ଘ ୧୭ ବର୍ଷ ମଧ୍ୟରେ ଓଡିଶାର ୧୭ ଜଣ ଲବ୍ଧ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ନାରଦ ସମ୍ମାନରେ ସମ୍ମାନୀତ କରାଯାଇଛି । ଚଳିତ ବର୍ଷ ମଇ ୮ ତାରିଖ ଶୁକ୍ରବାର ଦିନ ହେଉଛି ଦେବର୍ଷି ନାରଦଙ୍କ ଜୟନ୍ତୀ । ବର୍ତମାନ କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଥିବାରୁ ନାରଦ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରୁନାହିଁ । ଲକ୍ ଡାଉନ୍ ସଂପୂର୍ଣ୍ଣ ଉଠିବା ପରେ ଚର୍ଚ୍ଚା ଆଲୋଚନା କରାଯାଇ ଏ ସଂପର୍କରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଦେବର୍ଷି ନାରଦ ସୃଷ୍ଟିର ଆଦ୍ୟ ସାମ୍ବାଦିକ ହୋଇଥିବାରୁ ପ୍ରତ୍ୟେକ ସାମ୍ବାଦିକମାନେ ବ୍ୟକ୍ତିଗତ ଭାବରେ ତାଙ୍କର ଜୟନ୍ତୀ ପାଳନ କରିବା ପାଇଁ ଆଗ୍ରହ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ