କରୋନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧା ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ଆରୁଖ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ଭୂତାଣୁ ପାଇଁ ଦେଶବାସୀ ଙ୍କ ନିମନ୍ତେ ଆଗଧାଡ଼ିର ଯୋଦ୍ଧା ଭାବେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କ ସେବା ଅତୁଳନୀୟ। ଏହି ମହାମାରୀ ସମୟରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ଅଂଚଳ ପାଇଁ ଅହରହ କାର୍ଯ୍ୟ କରୁଥିବା ଅଧିକାରୀ ମାନକୁ ତାଙ୍କ କାର୍ଯ୍ୟ ଦକ୍ଷତା ରେ ସନ୍ତୁଷ୍ଟ ହୋଇ ସ୍ଥାନୀୟ ବିଜୁ ସ୍ମୃତି ସଂସଦ ତରଫରୁ ଭଞ୍ଜନଗର ପୋଲିସ ବାହିନୀ ର ୮୮ ଜଣ ପୋଲିସ ଙ୍କୁ ଆଜି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ,ତହସିଲଦାର ଆଲୋକ ପ୍ରଧାନ ,ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ୮୮ ଜଣ ପୋଲିସ କର୍ମଚାରୀ ଙ୍କୁ ସମ୍ମାନିତ କରିଥିଲେ ଓ ସମସ୍ତ ଅଧିକାରୀ ଓ ପୋଲିସ ବାହିନୀ ର କାର୍ଯ୍ୟଭାର କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଜୁ ସ୍ମୃତି ସଂସଦ ର ସଭାପତି ଜିତେନ୍ଦ୍ର କେଶରୀ ଆରୁଖ, ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଓ ସମାଜ ସେବୀ ଶୂଳପାଣି ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।


