ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ରଦାନ ଶିବିର

ଭୁବନେଶ୍ୱର-: ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବମିଖାଲସ୍ଥିତ ବସ୍ତିଠାରେ ଗରିବ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଏକ ବସ୍ତ୍ର ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଂପାଦିକା ତଥା ସମାଜସେବିକା ସମିତା ମହାରଣା ତାଙ୍କ ଅଧ୍ୟକ୍ଷତା ଓ ଅନୁଷ୍ଠାନର ପ୍ରତିଷ୍ଠାତା ସମାଜସେବୀ ସୀତାଂଶୁ ଶେଖର ମହାରଣାଙ୍କ ପରିଚାଳନା କରି ମତବ୍ୟକ୍ତ କରି କହିଥିଲେ ଯେ, ଗରିବ ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତ୍ୟେକ ସଂଗଠନ, ବ୍ୟକ୍ତିବିଶେଷ ଆଗେଇ ଆସନ୍ତୁ । ସଂଗଠନର କୋଷାଧ୍ୟକ୍ଷ ତଥା ମୁଖ୍ୟ ସଂଯୋଜକ ଅରବିନ୍ଦ ତ୍ରିପାଠୀ ଯୋଗଦାନ କରି ମତ ରଖିଥିଲେ ଯେ ଅସହାୟଙ୍କ ସେବା ହେଉଛି ମାଧବ ସେବା । ସଂଗଠନ ବ୍ୟାପକଭାବେ ଅତୀତରେ ବହୁ ସାମାଜିକ କାର୍ଯ୍ୟ କରିବା ସହିତ ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରଖିବ ବୋଲି କହିଥିଲେ । ଶେଷରେ ସଂଗଠନର ସଭ୍ୟ ତଥା ଓଡ଼ିଆ ଭାଷାପ୍ରାଣ ତଥା ସମାଜସେବୀ ନାରାୟଣ ଖୁଂଟିଆ ଧନ୍ୟବାଦ ଦେବା ସହିତ କାର୍ଯ୍ୟକ୍ରମକୁ ପ୍ରମୁଖ ଭାବରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ