ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

ଖୋର୍ଦ୍ଧା, (ଓ୍ବାଇଏନ୍ଏସ୍):ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଗେଡ଼ିଆପଲ୍ଲୀ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ବିଜେଡି ମହିଳା ସଭାପତି ପ୍ରଭାତୀ ରାଉତରାୟ, ସମ୍ମାନିତ ଅତିଥି ଭାବେ ମହିଳା ସ୍ୱାସ୍ଥ୍ୟକର୍ମୀ ସସ୍ମିତା ପ୍ରଧାନ, ଫାଉଣ୍ଡେସନର ସଭାପତି ଶିବନାରାୟଣ ମିଶ୍ର ଅଧ୍ୟକ୍ଷ ଭାବେ, ମୁଖ୍ୟ ବକ୍ତା ଭାବେ ଗେଡ଼ିଆପଲ୍ଲୀ ପଂଚାୟତର ସରଂପଚ ଅର୍ଜୁନ୍ ବେହେରା ଉପସ୍ଥିତ ରହି ମହିଳାମାନେ କୌଣସି ଗୁଣରେ କମ୍ ନୁହଁନ୍ତି ତଥା ରାଣୀ ଲକ୍ଷ୍ମୀବାଈ, ମଦର ଟେରେସା, ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ପ୍ରମୁଖ ମହିଳାମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ନିଜର ତଥା ରାଷ୍ଟ୍ରର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହିଳାମାନେ ନିଜର ସୁପ୍ତ, ଜାଗ୍ରତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଅନ୍ତଃନିର୍ହିତ ଶକ୍ତିର ବୃଦ୍ଧି ଘଟାଇଲେ ସମାଜରେ ବ୍ୟାପକ ପରିବର୍ତନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂପାଦିକା, ସମାଜସେବିକା ସମିତା ମହାରଣା ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରତିକୂଳ ପ୍ରରିସ୍ଥିତିରେ ମହିଳାମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ମହିଳାମାନଙ୍କ ମଧ୍ୟରେ ଝୋଟି, ବକ୍ତୃତ୍ୱା, ସଂଗୀତ ପ୍ରମୁଖ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଶେଷରେ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯିବା ସହିତ ସାମ୍ବାଦିକ ରମେଶ କୁମାର ମହାପାତ୍ର ଜୁରୀ ଭାବେ ଯୋଗଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଯୁଗ୍ମ ସଂପାଦକ ବିଶ୍ୱମୋହନ ମିଶ୍ର । କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ଶ୍ରୀକାନ୍ତ ତ୍ରିପାଠୀ, ପ୍ରକାଶ ପାଣିଗ୍ରାହୀ, ପ୍ରସନ୍ନ ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ