ଅସହାୟ ମହିଳାଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ସେବା ସମିତି
କଟକ(ଦୀପକ କୁମାର ବେଉରା):ବିଶ୍ୱ ମହିଳା ଦିବସରେ ମଙ୍ଗଳାବାଗ, ମେଡିକାଲ ରୋଡ ଅଞ୍ଚଳରୁ ଏକ ଅସହାୟ ମହିଳାଙ୍କ ସହ ୮ଦିନର ନବଜାତ ଶିଶୁକନ୍ୟା ଉଦ୍ଧାର କରିଥିଲେ କଟକର ଜଣାଶୁଣା ସମାଜସେବା ଗ୍ରୁପ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ସଦସ୍ୟ ମାନେ । ଉଦ୍ଧାର ମହିଳାଙ୍କ କହିବା ଅନୂଯାୟୀ ତାଙ୍କର ଘର ଯାଜପୁର ଜିଲ୍ଲାର ଗରିଆପୁର ଗ୍ରାମରେ । ସେ ନିଜ ପ୍ରେମିକ ସହ ପ୍ରେମ ସମ୍ପର୍କ ରଖି ଗର୍ଭବତୀ ହେଇଥିଲେ ।ପରବର୍ତ୍ତୀ ସମୟରେ ଗର୍ଭବତୀ ହେବା ଜାଣିବା ପରେ ମହିଳା ଜଣକ ତାଙ୍କ ମା’ ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।ଅସହାୟ ମହିଳାଙ୍କ ମା’ ଗର୍ଭପାତ କରାଇବାକୁ ବାଧ୍ୟ କରିବାରୁ କିନ୍ତୁ ନିଜ ପେଟରେ ଥିବା ଛୁଆକୁ ନ କରିବାକୁ ମନସ୍ତ କରି ସେ ଘରଛାଡି ପଳାଇଥିଲେ । ଗର୍ଭ ଯନ୍ତ୍ରଣା ହେବାରୁ ମହିଳା ଜଣକ ସ୍ଥାନୀୟ ମେଡିକାଲ୍ ରେ ପହଞ୍ଚି ଥିଲେ ସେଠାରେ କୌଣସି ଏକ ଅନ୍ୟ ମହିଳା ତାଙ୍କ ସହ ଦେଖା ହେବା ସହ ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ପରେ ତାଙ୍କୁ ମହିଳା ଜଣକ କଟକ ଏସ୍.ସି.ବି ମେଡିକାଲର ଗାଇନିଂ ୱାର୍ଡରେ ଆଡମିଶନ କରି ସର୍ତ୍ତ ରହିଲେ , କହିଲେ ଯଦି ପୁଅ ହୁଏ ତେବେ ମୁଁ ନେଇଯିବି ଆଉ ଯଦି ଝିଅ ହେବେ ତାହାଲେ ତୁମେ ରଖିବ । ଏହା ପରେ ମହିଳା ଜଣକଙ୍କର ଝିଅ ହେଲା ତାପରେ ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ମହିଳା ଜଣକ ଝିଅ ହେଲା କାରଣରୁ ମା’ ଛୁଆଙ୍କୁ ଛାଡି ପଳାଇଥିଲେ ।ଏକା ଥିବା ମା ନିଜ ପିଲା ଜନ୍ମ ହେବା ୮ଦିନ ପରେ ଘର ଲୋକ ସବୁ ଥାଇ ଅସହାୟ ଭାବେ ବାହାରେ ବୁଲୁଥିବା ସମୟରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ସଦସ୍ୟ ମାନେ ଉଦ୍ଧାର କରି ଗତିରାଉତ ପାଟଣା ସ୍ତିତ ବସୁନ୍ଧରା ସ୍ୱଧାର ଆଶ୍ରମରେ ଛାଡି ଥିଲେ ।ଏହି କାର୍ଯ୍ୟରେ ଟ୍ରଷ୍ଟର ଟ୍ରଷ୍ଟି ସୁପ୍ରଭା ସ୍ୱାଈଙ୍କ ସହ ସଦସ୍ୟା ଲିପିକା ଦାସ, ମହେଶ୍ୱତା ସାହୁ ଓ ସଦସ୍ୟ ସୁନୀଲ ବେହେରା,ରାକେଶ ଦଳାଇ, ଜଗନ୍ନାଥ ସାହୁ, ଅବିନାଶ ରାଉତରାୟ ଓ ଅନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଆଗାମୀ ଦିନ ମାନଙ୍କରେ ଏହି ପରି ସେବା କାର୍ଯ୍ୟଜାରୀ ରହିବ ଏହା ହିଁ ଟ୍ରଷ୍ଟର ମୂଳ ଲକ୍ଷ ।


