ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଯୋଗ ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଏକ ଯୋଗ ଶିବିର ସ୍ଥାନୀୟ ବମିଖାଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିବ ନାରାୟଣ ମିଶ୍ର ଯୋଗ ଦ୍ୱାରା ଏକାଗ୍ରତା ବଢ଼ିବା ସହିତ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦିକା ସମିତା ମହାରଣା ମତବ୍ୟକ୍ତ କରି କହିଥିଲେ ଯେ, ଅଧୁନା ସମୟରେ ଯୋଗ, ପ୍ରାଣାୟମ ସହିତ ମନୁଷ୍ୟ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଭାରତର ଯୋଗ ପରମ୍ପରାକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅରବିନ୍ଦ ତ୍ରିପାଠୀ ।