ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ କାରଗିଲ୍ ବିଜୟ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୩ତମ କାରଗିଲ୍ ବିଜୟ ଦିବସ ସ୍ଥାନୀୟ ସହିଦ ନରଗସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସମାଜସେବୀ ଶିବନାରାୟଣ ମିଶ୍ର, ସମ୍ପାଦିକା ସମିତା ମହାରଣା ଉପସ୍ଥିତ ରହି କାରଗିଲ୍ ବିଜୟ ଦିବସରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ସହ ‘ରାଷ୍ଟ୍ର ନିର୍ମାଣରେ ସହିଦଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ଅବସରରେ ସହିଦଙ୍କ ବୀରତ୍ୱ ଓ ଅଦମ୍ୟ ସାହସର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ସହିଦ ପ୍ରାଣ ବ୍ରଜବନ୍ଧୁ ପରିଡ଼ାଙ୍କୁ ସହିଦମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ସହିଦ ସ୍ମୃତି ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ତଥା ଅନୁଷ୍ଠାନର କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବଳେ ଧନ୍ୟବାଦ ଅର୍ପଣ କରିଥିଲେ ସିତାଂଶୁ ଶେଖର ମହାରଣା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ