ନାରାୟଣ ସେବା ସଂସ୍ଥାନ ଆତ୍ମୀୟ ମିଳନ ୪ରେ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରାଜସ୍ଥାନ ଉଦୟପୁରସ୍ଥିତ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ଆତ୍ମୀୟ ସ୍ନେହ ମିଳନ ପର୍ବ ଓ ଭାମାଶାହା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ କରାଯିବ । ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିର ନିକଟ ମଣ୍ଡପରେ ଆସନ୍ତା ଏପ୍ରିଲ ୪ତାରିଖ ସଂସ୍ଥାନ ସହ ଜଡ଼ିତ ତଥା ସେବା କାର୍ଯ୍ୟରେ ସାମିଲଥିବା ସଭ୍ୟ ମାନଙ୍କୁ ସମ୍ମାନ ପ୍ରଦାନ କରାଯିବ । ସଂସ୍ଥାର ପର୍ଯ୍ୟବେକ୍ଷକ ହେମନ୍ତ ମେଗବାଲ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ ଓ ବହୁ ବରିଷ୍ଠ ସଭ୍ୟ ଯୋଗଦେବେ । ପ୍ରକାଶ ଥାଉକି, ସଂସ୍ଥାନ ପକ୍ଷରୁ ରାଜସ୍ଥାନ ଉଦୟପୁରଠାରେ ପ୍ରତେହ୍ୟ ଶତାଧିକ ନିଶୁକ୍ଲ ଅପରେସନ୍ କରି ବର୍ତମାନ ସୁଦ୍ଧା ୪ଲକ୍ଷରୁ ଅଧିକ ଅପରେସନ୍ କରାଯାଇଛି । ସେହିପରି ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ୍ ପ୍ରଦାନ କରିବା ସହ ସେମାନଙ୍କ ଆତ୍ମନିର୍ଭଶୀଳ ପାଇଁ ବିଭିନ୍ନ କ୍ଷୁଦ୍ର ଅନୁଦାନ ପ୍ରଦାନ କରାଯାଉଛି । ଯାହା ଦ୍ୱାରା ସେମାନେ ଶିଳାଇ ଶିକ୍ଷା, ମୋବାଇଲ ଶିକ୍ଷା, କଂପ୍ୟୁଟର ଆଦି ବିଭିନ୍ନ ଶିକ୍ଷା ଲାଭ କରି ବର୍ଷକୁ ସାଢ଼େ ୪ହଜାରରୁ ଅଧିକ ଲୋକ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି । ୧୯୮୫ମସିହାରେ କୈଳାସ ମାନବଙ୍କ ଦ୍ୱାରା ଗୋଟିଏ ଗୋଟିଏ ମୁଠା ଗହମ ସଂଗ୍ରହ ଦ୍ୱାରା ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ପ୍ରଶାନ୍ତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେହ ଶତାଧିକ ଭିନ୍ନକ୍ଷମ ଓ ଗରିବ ରୋଗୀ ଉପକାର ପାଉଛନ୍ତି ।