ନାରୀ ଶକ୍ତି ହିଁ ସର୍ବ ଶକ୍ତିର ଆଧାର ବାର୍ତ୍ତା ଦେଲେ ନବରଙ୍ଗପୁର ଏସପି

ନବରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଦୁର୍ଗାପୂଜାର ଆସର ଜମିଛି । ଏହି ଅବସରରେ ନବରଙ୍ଗପୁର ଏସପି ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି । ନବରଙ୍ଗପୁର ପୋଲିସବାହିନୀ ତରଫରୁ ସ୍ଥାନୀୟ ପୋଲିସ ପଡିଆରେ ଦୁର୍ଗାପୂଜା ଚାଲିଥିବା ବେଳେ ସେଠାରେ ଏସପି ନୀତିନ କୁସଲକର ଓ ତାଙ୍କ ପତ୍ନୀ ପୂଜାରେ ସାମିଲ ହୋଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି । ଦୁର୍ଗାପୂଜାରେ ନବରଙ୍ଗପୁର ଏସପି ନୀତିନ କୁସଲକର କନ୍ୟା ପୂଜନ କରି ନାରୀ ଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଓ ସର୍ବ ଶକ୍ତିର ଆଧାର ବାର୍ତ୍ତା ଦେଇଛନ୍ତି ।ଏହି ଅବସରରେ ନଅ ଜଣ କୁମାରୀ କନ୍ୟାଙ୍କୁ ପୂଜା କରାଯାଇଛି । ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରିଛନ୍ତି ଏସପି । ପୂଜା ଅବସରରେ ଏସପି ନାରୀଙ୍କୁ ସମ୍ମାନ ଜଣାଇ କନ୍ୟା ପୂଜା କରିଥିବା ବେଳେ ତାଙ୍କର ଏହି କାର‌୍ୟ୍ୟକୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ