ନାରୀ ସୁରକ୍ଷା-ବେଆଇନ୍ ନିଶା କାରବାର ବନ୍ଦକୁ ଅଧିକ ଗୁରୁତ୍ୱ ଦେବି: ପୂର୍ବାଞ୍ଚଳ ଆଇଜି

ବାଲେଶ୍ୱର,( ଯୁଗାବ୍ଦ ନୁ୍ୟଜ୍): ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁ୍ୟଜେ) ବାଲେଶ୍ୱର ଶାଖାର କର୍ମକର୍ତ୍ତାମାନେ ପୂର୍ବାଞ୍ଚଳ ଜୋନ ପୁଲିସ ମହାନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦୀପ୍ତେଶ ପଟ୍ଟନାୟକଙ୍କୁ ଆଜି ସୌଜନ୍ୟ ମୂଳକ ସାକ୍ଷାତ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସଂଗଠନର ସଭାପତି ବରିÂ ସାମ୍ବାଦିକ ଉଜ୍ଜ୍ୱଳ ଚନ୍ଦ୍ର କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଇଜି ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇବା ସହ ସମ୍ପ୍ରତି ଜିଲ୍ଲାର ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ର୍ରରେ ପରିଲକ୍ଷିତ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଜିଲ୍ଲାରେ ବଢ଼ି ଚାଲିଥିବା ବେଆଇନ୍ ନିଶା କାରବାର ବନ୍ଦ କରିବା ଉପରେ ସଂଘ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ଅତୀତରେ ଏହି ଜୋନ୍ର ଭଦ୍ରକ ଓ ମୟୂରଭଂଜ ଜିଲ୍ଲାରେ ସୁଚାରୁରୂପେ ତୁଲାଇଥିବା ଦାୟିତ୍ୱର ଅନୁଭୁତି ଓ ଅଭିଜ୍ଞତାକୁ ପାଥେୟ କରି କାର୍ଯ୍ୟ କରିବେ ବୋଲି ଆଇଜି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ଆଇନଶୃଙ୍ଖଳା ରକ୍ଷା ସାଙ୍ଗକୁ ନାରୀ ସୁରକ୍ଷା ଓ ବେଆଇନ୍ ନିଶା କାରବାର ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ । ଏନେଇ ସେ ବାଲେଶ୍ୱର ସମେତ ୪ ଜିଲ୍ଲାର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରିଛନ୍ତି । ପବ୍ଲିକ ଓ ପୁଲିସର ଉତ୍ତମ ସମ୍ପର୍କ ହିଁ ସବୁ ସମସ୍ୟା ସମାଧାନର ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ଏହି ସୌଜନମୂଳକ ସାକ୍ଷାତ ଆଲୋଚନା ବେଳେ ‘ଓୟୁଡବ୍ଲୁଜେ’ର ସମ୍ପାଦକ ରବିରଂଜନ ଦାସ, ଉପ-ସଭାପତି ବାସୁଦେବ ରାଉଳ, ବରିÂ ସାମ୍ବାଦିକ ସନ୍ଦୀପ୍ତ କୁମାର ଦାସ, ମୋହିନ୍ ଚାନ୍ଦ୍, ସୁଦୀପ୍ତ ମହାନ୍ତି, ଧୀରୋଜ କୁମାର ଦାସ, ସୁଶାନ୍ତ କୁମାର ଦାସ, ସୋଲେମାନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ