ନାରୀ ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ଦେଶ ଶକ୍ତିଶାଳୀ ଓ ବିକଶିତ ହେବ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସହର ର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ କରାଯିବ। ନାରୀ ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ଦେଶ ଶକ୍ତିଶାଳୀ ଓ ବିକଶିତ ହେବ। ଏଣୁ ଚଳିତ ବର୍ଷ ମହାନ୍ ସଂଘ ପକ୍ଷରୁ ମହିଳା, ଛାତ୍ରୀ ଙ୍କ ଆତ୍ମରକ୍ଷା ଓ ଆତ୍ମ ନିର୍ଭରଶିଳତା ଉପରେ ରାଜ୍ୟ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏଣୁ ସମ୍ମିଳନୀ ର ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ନାରୀଙ୍କ ଆତ୍ମ ସୁରକ୍ଷା ଓ ଆତ୍ମ ନିର୍ଭରଶୀଳତା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ମହିଳା, ଶିଶୁ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଭାଧାରି ଙ୍କୁ ସମ୍ମାନିତ କରାଯିବା ସହ ମହିଳାଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ । ବିଶେଷ କରି ବ୍ରହ୍ମପୁର ରେ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର ପାଠାଗାର, ଜୀମ ପ୍ରତିଷ୍ଠା ନିମନ୍ତେ ସରକାର ଙ୍କୁ ଅନୁରୋଧ କରାଯିବା ସହ ମହିଳାଙ୍କ କଲ୍ୟାଣ ନିମନ୍ତେ ପ୍ରସ୍ତାବ ଆଗତ କରାଯିବ। ସମ୍ମିଳନୀରେ ତିନିଶହରୁ ଅଧିକପ୍ରତିନିଧି, ବିଭିନ୍ନ ମହିଳା ସଂଗଠନ ଯୋଗଦେବା କାର୍ଯ୍ୟ କ୍ରମ ରହିଛି। ସମ୍ମିଳନୀ ରେ ଜନପ୍ରତିନିଧି, ପ୍ରସନିକ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିବା କାର୍ଯ୍ୟ କ୍ରମ ରହିଛି।ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ,ଶ୍ରୀ ସିମଞ୍ଚଲ୍ ପାଣିଗ୍ରାହୀ, ଶ୍ରୀ ସୁଦୀପ ସାହୁ, ଶ୍ରୀମତୀ କିରଣ ବାଳା ମିଶ୍ର, ଶ୍ରୀମତୀ ରାଜଶ୍ରୀ ଦାଶ ,ଶ୍ରୀମତୀ ପ୍ରଣତି ହୋତା, ଶ୍ରୀମତୀ ନଳିନୀ ସାହୁ, ସସ୍ମିତା ମିଶ୍ର, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ,ରିତାଞ୍ଜଳି ସ୍ୱାଇ, ଇ ପ୍ରଫୁଲ୍ଲ କୁମାର ପାତ୍ର, ଡ ଏସ ମୋହନ ରାଓ, ପି ବୁଚି ବାବୁ, ଭି ରବି ଗୁପ୍ତା,ସୁଧାଞଳି ମିଶ୍ର , କମଲ କୁମାରୀ ଦେଓ, ସରୋଜିନୀ ସାମଲ, କ୍ଷଣପ୍ରଭା ଶତପଥୀ,ଡ ସୌଭାଗ୍ୟ ଲକ୍ଷ୍ମୀ ପ୍ରଦର୍ଶନୀ, ପିଙ୍କି ମହାପାତ୍ର, ଗୀତା ସାହୁ, ଡ ସନ୍ତୋଷ ପାଢ଼ୀ,ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟା ଯୋଗଦାନ କରିଥିଲେ। ସେଶରେ ମହିଳା ବିଭାଗ ସମ୍ପାଦିକା ଶ୍ରୀମତୀ ଭାରତୀ କୁସୁମ ପାତ୍ର ଧନ୍ୟବାଦ ପ୍ରଦାନ କରିବା ସହ ସମ୍ମିଳନୀ ସଫଳ ନିମନ୍ତେ ସହୋହୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ