ନାରୀ ଜାଗିଲେ ଦେଶ ଜାଗିବ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ନାରୀ ଜାଗରଣ ବିନା ଏକ ସୁନ୍ଦର ପରିବାର ବା ରାଷ୍ଟ୍ର ନିର୍ମାଣ ଅସମ୍ଭବ, ଏଣୁ ନାରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ସ୍ବାବଲମ୍ବୀ ହେବା ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ସଂଘ କାର୍ଯ୍ୟାଳୟ ରେ ପାଳନ ଅବସରରେ ବିଶିଷ୍ଟ ସମାଜ ସେବୀ ତଥା ମହାନ୍ ସଂଘ ପ୍ରତିଷ୍ଠାତା ସଭାପତି ଶ୍ରୀ ସୁଶାନ୍ତ ସାବତ ମତବ୍ୟକ୍ତ କରିଛନ୍ତି।ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବିପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାରୀମାନଙ୍କ ବିକାଶ ନେଇ ଆଲୋଚନା କରାଯାଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର, ଶ୍ରୀମତୀ ସବିତା ସାହୁକାର,ଶ୍ରୀମତୀ ସସ୍ମିତା ମିଶ୍ର, ଡ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶନି , ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ,ଭାରତୀ ମିଶ୍ର, ପ୍ରଣତି ହୋତା, ସସ୍ମିତା ସାହୁ, ସ୍ମିତା ସ୍ମୃତି ସିଗଧା, ନିବେଦିତା ପାଢ଼ୀ, ସିମଞ୍ଚାଲ ପାଣିଗ୍ରାହୀ, ଭୀଷ୍ମଚର୍ୟ୍ଯ ଚଉଧୁରୀ , ଶ୍ରୀ ଦିଲୀପ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ