ନାରୀ

ନାରୀ ଦେବୀ ସଦୃଶା , ଚାହେ ମା ଲକ୍ଷ୍ମୀ , ମା ସରସ୍ୱତି ବା ହେଉ ମା ପାର୍ବତୀ । ମା ସେ ମମତମୟୀ ,ସ୍ନେହମୟୀ ,କରୁଣାମୟୀ ଜନନୀ ନିଜର କର୍ମ ଓ କର୍ତ୍ତବ୍ୟକୁ ଉଜ୍ଜ୍ୟୋଗକୁ ପାଥେୟ କରି ସନ୍ତାନର ଲାଳନ ପାଳନ କରିବା ସହିତ ନିଜ ପୁତ୍ରକୁ ଭବିଷ୍ୟତରେ ଜଣେ ସୁନାଗରିକ କରି ଗଢିତୋଳିଥାଏ । ରାତି ଦିନ ଏକତ୍ର କରି ସତ୍ୟ ନ୍ୟାୟ ପଥରେ ଯାଇ କର୍ମ ତପ୍ତର ହୋଇ ନିଜର ସ୍ୱାମୀକୁ ଉନ୍ନତିର ଚରମ ଶିର୍ଷରେ ପହଞ୍ଚାଇଦେଇଥାଏ । ଜୀବନକୁ ସତ୍ୟର ପଥରେ ପରିଚାଳିତ କରିବା ସହ ନିଜର ପରିବାରକୁ ସତ୍ୟ ଧର୍ମରେ ପରିଚାଳିତ କରିଥାଏ । ଯେତେବେଳେ ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦିଏ ସେତେବେଳେ ତାର ସମାଧାନର ପଥ ସଂଘର୍ଷ ମଧ୍ୟରେ ସେ ସରଳତାର ସହ ବାହାର କରି୍ଥାଏ । ସେଥିପାଇଁ ସେ ଆମର ମା । ଓ ତାର ନାଁ ରଖାଯାଇଛି କଲ୍ୟାଣୀ । ସାହି ପଡୋଶୀ ବନ୍ଧୁ ପରିଜନ ଓ ସଖା ,ପଡୋଶୀ ସହଦୋରଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଯୋଡି ସମାଜ ପ୍ରତି ନିଜର କର୍ତ୍ତବ୍ୟ ତୁଲାଇବା ସହ ପ୍ରେମରେ ନିଜର ଶାନ୍ତିଶୃଙ୍ଖଳା ଭାଇଚାରା ସ୍ଥାପନ କରିଥାଏ । କିନ୍ତୁ ବେଳେ ବେଳେ ମା ମାନଙ୍କର ଧର୍ମ କର୍ମ ଅଭାବରୁ ଅ ନତା କାରଣରୁ ପାତର ଅନ୍ତର କରିବା ସହ ସମାଜକୁ ମଧ୍ୟ ବିଫଳ କରିଥାଏ । ତେଣୁ ନାରୀ ଟିକୁ ସଂସାରର ନୀତି ନିୟମକୁ ପାଳନ କରିବା ଦରକାର । ।ନିଜର ଦାଇତ୍ୱକୁ ନଭୁଲି ଅନ୍ୟର ଭାବନାକ୍ୁ ସମ୍ମାନ ଦେଇ ସମସ୍ତଙ୍କର ପ୍ରିୟ ପ୍ରଚେଷ୍ଟା କରିବା ତା ପାଇର୍ ନିତାନ୍ତ ଆବଶ୍ୟକ । ନିଜର ଦୋଷ ଦୂର୍ବଳତା ପ୍ରତି ଧ୍ୟାନ ଦେବା ସହିତ ଅଜଣାବ୍ୟକ୍ତି ପ୍ରତି ସତର୍କ ରହିବ । ପଡୋଶୀ ସହ ସଂପର୍କ ରଖିବା ସହିତ ନିଜେ କୈାଣସି କଥାରେ କଥାରେ କୈାଣସି ଭାବପ୍ରବଣତା ହେବା ଆବଶ୍ୟକ ହେବା ଉଚିତ ନୁହେଁ । ଜୀବନର ସବୁ ସମୟରେ ଓ ସବୁ ପରିସ୍ଥିତିରେ ଭାବିଚିନ୍ତି କଥାବାର୍ତ୍ତା କରିବା ସହିତ ସମସ୍ତଙ୍କର ମଧୁର ବ୍ୟବହାର ପ୍ରଦର୍ଶନ କରିବ । । ନିଜ ଉପରେ ବିଶ୍ୱାସ ରଖି ନିଜ କାମ ନିଜେ କରି ନାରୀଟିଏ ସଫଳ ସତଚେଷ୍ଟିତ ହେଲେ ଜୀବନ ସାର୍ଥକ ହେବ ।
ସରିତା ପଣ୍ଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ