ନାଲକୋ ସି.ଆଇ.ଏସ୍.ଏଫ୍ ତରଫରୁ ଅଗ୍ନି ସେବା ସପ୍ତାହ ଶୁଭ ଆରମ୍ଭ
ଅନୁଗୋଳ(ଯୁଗାଦ୍ଧ ନିଜ୍ୟୁ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସ୍ମେଲଟର ଦମକଳ କେନ୍ଦ୍ରଠାରେ ଅଗ୍ନି ସେବା ସପ୍ତାହ ପାଳନ ଶୁଭ ଉଦ୍ଘାଟନ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନସା ପ୍ରସାଦ ମିଶ୍ର,ସି.ଆଇ.ଏସ୍.ଏଫ୍ କମାଣ୍ଡେଣ୍ଟ ବଂଶୀଧର ସୁନ୍ଦରା,ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଆର.ପି ବଗୋରିୟା ଓ ଜିଏମ୍ ସି ପିପି,ଜିଏମ୍.ଏଚ.ଏଣ୍ଡେ.ଏ ଏସ୍.ଏନ୍ ସାହୁ ଓ ଲୋକ ସମ୍ପର୍କ ଅଧିକାରୀ ରାଜାରାମ ମିଶ୍ର ସହିତ ବହୁ ଅଧିକାରୀ ଗଣ ଏହି କାର୍ୟ୍ୟ କ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ସମେତ ନାଲକୋ ଅଧିକାରୀ ଓ ସି ଆଇଏସ ଏଫ ଅଧିକାରୀ ମିଳିତ ହୋଇ ସହିଦ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ଶହୀଦ ଅଗ୍ନି ସେବା ସପ୍ତାହ ଉପରେ ଅଭିଭାଷଣ ଦେଇଥିବା ବେଳେ ସି ଆଇ ଏସ୍ ଏଫ ଅଧିକାରୀ ଉକ୍ତ କାର୍ୟ୍ୟକ୍ରମ ବିଷୟରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମ ନାଲକୋ ନିକଟସ୍ଥ ସରକାରୀ ବିଦ୍ୟାଳୟ ତଥା ସିପିପି ଓ ସ୍ମେଲଟର୍ ପ୍ଲାଣ୍ଟ ରେ ଅଗ୍ନି ନିରାପତ୍ତା ଉପରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଅଛି ।