ନାଲିବର ବିଦ୍ୟାଳୟର ୧୯୭୨ ମସିହା ବ୍ୟାଚ ବନ୍ଧୁ ମିଳନ
ତିର୍ତ୍ତୋଲ,(ଭାଗବତ ପ୍ରସାଦ):ବର୍ତ୍ତମାନ ପ୍ରଚଳିତ ବଣଭୋଜି ର ମାହୋଲ ବଦଳି ଯାଇଛି ବନ୍ଧୁ ମିଳନ ନାଆଁରେ ! କେହି କେହି ନିଜ ପରିବାର ଓ ବନ୍ଧୁ ବର୍ଗଙ୍କୁ ସାଙ୍ଗରେ ଧରି ଭୋଜି କରୁଛନ୍ତି ତ କେହି ଏସବୁ କାର୍ଯ୍ୟ ପାଇଁ ବାଛୁଛନ୍ତି ପିକନିକ ପଏଣ୍ଟ ! କିନ୍ତୁ ଏଠାରେ ନିଜ ବିଦ୍ୟାଳୟ ପରିସରରେ ଚାଲିଛି ସହପାଠୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ !ଯୋଉଠି ଅତୀତର ସ୍ମୃତି କୁ ଦୋହରେଇବାକୁ,ଭାବ ବିହ୍ଵଳ ସ୍ୱରରେ ଛାତ୍ର ସମୟର ଗୁରୁ ଙ୍କ ଶ୍ରୀଚରଣ ବନ୍ଦନ କରି, ବିଦ୍ୟାର୍ଥୀ ଜୀଵନ ର ବନ୍ଧୁ ମିଳନ ଉତ୍ସବ କୁ ଭକ୍ତିମୟ କରିଦେଇ ଥିଲେ, ୧୯୭୨ ବ୍ୟାଚ ର ତତ୍କାଳୀନ ଛାତ୍ରଛାତ୍ରୀ ମାନେ !ଉଭୟଙ୍କ ମଧ୍ୟରେ କୋଳାଗ୍ରତ ର ଭାବ ବିନିମୟ ବିଦ୍ୟାଳୟ ମାହୋଲକୁ ଆହ୍ଲାଦିତ କରି ଦେଇଥିଲା !ଶୀତ ଋତୁର ଆଗମନରେ ବଣଭୋଜି ର ମଜା ନିଆରା ନିଆରା ଲାଗୁଥିବା ବେଳେ ସହପାଠୀ ମାନଙ୍କ ମେଳରେ ବନ୍ଧୁ ମିଳନ ନାଆଁରେ ଭୋଜିର ମଜାକୁ ଦ୍ବିଗୁଣିତ କରି ଦେଇଥିଲେ ବନ୍ଧୁ ଓ ବାନ୍ଧବୀ ମାନେ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ନାଲିବର ଉଚ୍ଚ ବିଦ୍ୟାଳୟ ର ୧୯୭୨ ମ୍ୟାଟ୍ରିକ ବ୍ୟାଚ ସହପାଠୀ ମାନଙ୍କର ଅଧ୍ୟୟନ କରିଥିବା ସ୍କୁଲ ଗୃହରେ ଅନୁଷ୍ଠିତ ହୋଇଯାଇଛି ଏକ ନିରାଡ଼ମ୍ବର ବନ୍ଧୁ ମିଳନ ଉତ୍ସବ ! ଏହି ଉତ୍ସବରେ ତିନି ଜଣ ଶିକ୍ଷାଗୁରୁ ମାନଙ୍କୁ ଅତିଥିଭାବେ ଆମନ୍ତ୍ରଣ କରି ଏକ ପୂଜ୍ୟପୂଜା ସଭାର ଆୟୋଜନ କରିଥିଲେ !ସଭା ପ୍ରାରମ୍ଭ ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୁରୁ ପୂଜନ କାର୍ଯ୍ୟ କୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା !ସହପାଠୀ ସାଥି ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାପତିଙ୍କ ଆହ୍ୱାନ କ୍ରମେ ସଭାକାର୍ଯ୍ୟ ଆଗକୁ ଚାଲିଥିଲା !ଉପସ୍ଥିତ ଅତିଥି ଗୁରୁଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଦିତ କରି ସମସ୍ତ ସହପାଠୀ ଗୁରୁଙ୍କୁ ପ୍ରଣିପାତ କରି ଆଶିଷ ଭିକ୍ଷା କରିଥିଲେ !ଚିହ୍ନା ଅଚିହ୍ନା ସହପାଠୀ ମାନେ ନିଜ ନିଜର ପରିଚୟ ଓ ବୃତ୍ତି ବିଷୟରେ ଅବଗତ କରାଇ ବନ୍ଧୁତ୍ୱ ସମ୍ପର୍କକୁ ଅତି ନିକଟରୁ ପରିଚିତ ହୋଇଥିଲେ !ଏହି ଉତ୍ସବର ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ବଂଶୀଧର ଦାଶ, ନିରଞ୍ଜନ ସ୍ୱାଇଁ, ଧୁନ ଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିବା ବେଳେ, ମୁଖ୍ୟ ଆକର୍ଷଣ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ କାଳନ୍ଦୀ ଚରଣ ବେହେରାଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରମିଳା ବେହେରା ସଭାପତି ଆସନ ରେ ଉତ୍ସବକୁ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା !ଏହି ସମସ୍ତ କାର୍ଯ୍ୟକ୍ରମ ର ଗୁରୁଦାୟିତ୍ୱ ବହନ କରିଥିଲେ ଆଡମିନ ଦୁର୍ଯ୍ୟୋଧନ ସାହୁ, ପ୍ରହଲ୍ଲାଦ ନାୟକ,
ବସନ୍ତ କୁମାର ଦାଶ, ବ୍ରଜବନ୍ଧୁ ଲେଙ୍କା,
ବୀରକିଶୋର ସ୍ୱାଇଁ, ଅନାଥ ବନ୍ଧୁ ପରିଡା ଏବଂ ସକ୍ରିୟ ସହଯୋଗ କରିଥିଲେ ଗୋପବନ୍ଧୁ ଦାସ, ଶରତ ଚନ୍ଦ୍ର ବିଶ୍ୱାଳ, ଶ୍ରୀଚରଣ ବିଶ୍ୱାଳ, ବିଷ୍ନୁପ୍ରିୟା ମହାନ୍ତି, ନର୍ମଦା ମିଶ୍ର, ପ୍ରଭାବତୀ ଭୋଳ, ଦାଶରଥି ପରିଡା ଏବଂ ମନୋଜ କୁମାର ମହାନ୍ତି ପ୍ରମୁଖ ଅନ୍ୟ ମାନେ.