ନାଳନ୍ଦା ପବ୍ଲିକ ସ୍କୁଲ୍ର ବାର୍ଷିକୋତ୍ସବ
ବେଗୁନିଆ : ବେଗୁନିଆ ସଦରମହକୁମା ସ୍ଥିତ ନାଳନ୍ଦା ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ସ୍କୁଲ ସଭାପତି ଅଜୟ ସାହୁଙ୍କ ସଭାପତିତ୍ୱ ଓ ଶିକ୍ଷକ ଅଖିଳେଶ ମହାପାତ୍ର ସଂଯୋଜନାରେ ଆୟୋଜିତ ସଭାରେ ସମାଜସେବୀ ବଂଶୀଧର ମହାନ୍ତି ମୁଖ୍ୟ ଅତିଥି, ଅଧ୍ୟାପକ ଡଃ ପବିତ୍ର ସୁବୁଦ୍ଧି ମୁଖ୍ୟବକ୍ତା, ଅଧ୍ୟାପକ ରମେଶ ସାହୁ, ଏବିଇଓ ବିଷ୍ଣୁ ମିଶ୍ର ଓ ଆଇନଜୀବୀ ଲିଙ୍ଗରାଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଇଓ ଲଛମନ ପରିଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀ ଭଲ ପାଠପଢି ପିତାମାତାଙ୍କ ସ୍ୱପ୍ନକୁ ସାକାର କରିପାରିଲେ ଶିକ୍ଷାର ମୂଲ୍ୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଗୁରୁଜୀ ସଚ୍ଚିଦ୍ଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


