ନାଳ ଓ ପୋଖରୀରୁ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ନିକଟସ୍ଥ ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣକ ଜେଲେ ରାମଗିରି ଟି. ଆର କଲୋନୀର ସୁଦାମ ରଇତ । ଗତକାଲି ନିଜ ପତ୍ନୀଙ୍କ ସହ ମିଶି ଆର. ଉଦୟଗିରି ପୋଷ୍ଟ ଅଫିସକୁ ଆସିଥିଲେ । କିନ୍ତୁ ସୁଦାମ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇ ଆଉ ଫେରିନଥିଲେ । ପତ୍ନୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଘରକୁ ଫେରି ଯାଇଥିଲେ । ସମ୍ପୃକ୍ତ ବ୍ୟକ୍ତିର ମୃତ ଦେହ ଥାନା ନିକଟସ୍ଥ ଏକ ନାଳରୁ ପୋଲିସ ଉଦ୍ଧାର କରିଛି । ପୋଲିସ ଏ ସଂକ୍ରାନ୍ତରେ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜ କରି ତଦନ୍ତ କରୁଛି, ସେହିପରି ମୋହନା ଥାନା ଅନ୍ତର୍ଗତ କାମ୍ପଗୁଡା ଗ୍ରାମ ପୋଖରୀରୁ ଜଣେ ବେକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଗୁରୁବାର ଦିନ ମଧ୍ୟାହ୍ନରେ ପଥରଗଡ ଗ୍ରାମର ଲାବନ୍ୟା କାର୍ଯ କାମ୍ପଗୁଡା ଗ୍ରାମକୁ କାମ କରିବାକୁ ଆସିଥିଲେ ପୋଖରୀକୁ ଶୌଚ ପାଇଁ ଜାଇ ବୁଡି ଯାଇଥିଲେ ଖବର ପାଇ ମୋହନା ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ପରେ ରାତ୍ର ମୃତ ଦେହର ସନ୍ଦାନ ନ ପାଇ ସକାଳୁ ପୁଣି ଖୋଜିବରୁ ପୋଖରୀରୁ ମୃତ ଦେହ ଉଦ୍ଧାର କରି ବ୍ରହ୍ମପୁର ଶବ ବେବଚେଦ ପାଇଁ ପଠା ଯାଇଥିବା ଥାନା ପକ୍ଷରୁ ସୁଚନା ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ