ନା ବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗ

ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଗ୍ରାମରେ ଜଣେ ନାଁ ବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନା ବାଳିକା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛି । ଅଭିଯୋଗ ଅନୁଯାଇ ଗତ ୨୬ତାରିଖ ସକାଳ ୭ଟାବେଳେ ୧୪ବର୍ଷୀୟ ନାଁ ବାଳିକା ଜଣକ ଶୌଚ ପାଇଁ ଯାଉଥିବାବେଳେ ତାକୁ ଏକୁଟିଆ ପାଇ ସେହି ଗ୍ରାମର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ତାକୁ ଯୋର ଜରବଦସ୍ତ ନିକଟସ୍ଥ ଏକ ବୁଦା ମୁଳକୁ ଟେକିନେଇ ତାକୁ ବଳାତ୍କାର ଉଦ୍ୟମ କରିବା ସହିତ ତାକୁ ଉଲଗ୍ନ କରି ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲା । ଏ ସମ୍ପର୍କରେ କାହାରିକୁ ନଜଣାଇବାକୁ ଧମକ ଦେଇଥିଲା । ସେହିଦିନ ଠାରୁ ତାକୁ ସେ ଫଟୋ ସବୁ ଭାଇରାଲ କରିବାର ଧମକ ଦେଇ ତା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ନା ବାଳିକା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ