ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଗୋବରା ପଞ୍ଚାୟତ ସମିତି ସଭ୍ୟ
କଟକ,(ଦୀପକ କୁମାର ବେଉରା): ଗୋବରା ପଞ୍ଚାୟତ ର ସମିତି ସଭ୍ୟ ସୁଜିତ୍ କୁମାର ଜେନା ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳିଲେ ବିଶ୍ଵରେ ମହାମାରୀ କରୋନା ସମୟରେ ପ୍ରାୟ ସମସ୍ତ ଧର୍ମ ପୀଠ କୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯିବାକୁ ସରକାରୀ କଟକଣା ଥିବା ବେଳେ ଏହି ପୀଠ ମାନଙ୍କ ଉପରେ ନିର୍ଭର କରୁଥିବା ପଶୁପକ୍ଷୀ ମାନେ ଖାଇବାକୁ ପାଉନାହାନ୍ତି । ଏହି ଘଡିସନ୍ଧି ମୁହୁର୍ତ୍ତ ରେ ସେମାନଙ୍କ ପାଇଁ ଦେବଦୂତ୍ତ ସାଜିଛନ୍ତି ସୁଜିତ୍ କୁମାର ଜେନା (ଲୁଲୁ) । କଟକ ଜିଲ୍ଲା, ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ଡ଼ମଣି ଜଙ୍ଗଲରେ ଥିବା ସହେ ରୁ ଅଧିକ ମାଙ୍କଡ଼ ମାନଙ୍କ ପାଇଁ କଦଳୀ, ବିସ୍କୁଟ ନେଇ ନିଜ ଜନ୍ମଦିନରେ ଖାଇବାକୁ ଦେଇଥିଲେ |


