ନିକୁଞ୍ଜ ବିହାରୀ ଧଳ ହେଲେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ଵର: ରାଜ୍ୟସରକାର ଗୁରୁବାର ଅଦଳବଦଳ କରିଛନ୍ତି । ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି ବିଭାଗର ପ୍ରମୁଖ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗ ସଚିବ ସହିତ କୃଷି ବିଭାଗ ସ୍ବତନ୍ତ୍ର ସଚିବ(ଅତିରିକ୍ତ) ଦାୟିତ୍ଵ ମିଳିଛି। ଅନ୍ୟପଟେ ସେସୁର ସିଇଓ ତଥା ସିଆରୟୁଟିର ପରିଚାଳନା ନିର୍ଦେଶକ(ଅତିରିକ୍ତ) ଦାୟିତ୍ଵରେ ଥିବା ଆଇପିଏସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦେଶକ(ଅତିରିକ୍ତ) ଦାୟିତ୍ଵ ଦିଆଯାଇଛି। ରାଉରକେଲା ମହାନଗର ନିଗମ କମିଶନର ତଥା ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ସିଇଓ ଥିବା ଆଇଏଏସ ଅଧିକାରୀ ୟେଦ୍ଦୁଲା ବିଜୟଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଡେପୁଟି ସେକ୍ରେଟାରି ଭାବେ ବଦଳି କରାଯାଇଛି।


