ଗଠନ ହେଲା ଏସ୍ପିଓ ଟିମ୍
ଭୁବନେଶ୍ବର : ପୋଲିସ୍ ବାହିନୀଙ୍କୁ ସହାୟତା କରିବା ଲାଗି ଗଠନ ହୋଇଛି ଏସ୍ପିଓ ଟିମ୍। ଏହି କର୍ମୀମାନେ ଅବୈତନିକ ଭାବେ ପୋଲିସ୍ ବାହିନୀଙ୍କୁ ସାହାଯ୍ୟ କରିବେ। ପ୍ରଥମେ ୩ମାସ ପାଇଁ ଏହା ନିଯୁକ୍ତି ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ। ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି। କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି। ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି। ପୋଲିସ୍ କମିଶନରେଟ୍ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏହି ଟିମ୍। ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଟିମ୍ରେ ୨୫୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ ଏସପିଓ ଟିମ୍ ପାଖରେ। ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ।


