ନିଖିଳ ଓଡିଶା ଅଙ୍ଗନବାଡି ସଂଘ ର ଜିଲ୍ଲାସ୍ତରୀୟ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଗଂଜାମ ଜିଲ୍ଲା ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଆସନ୍ତା ଡିସେମ୍ବର ୨ତାରିଖ ଦିନ ଛତ୍ରପୁର ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ସଂଘର ଜିଲ୍ଲା ସମ୍ପାଦିକା ନର୍ମଦା ନାହାକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କର୍ମୀ ମାନଙ୍କୁ କର୍ମଚାରୀ ର ମନ୍ୟାତା ପ୍ରଦାନ କରିବା, ଭତ୍ତା ବୃଦ୍ଧି କରିବା ଓ ଏସ ଏନପି ଦର ସଂଶୋଧନ କରିବା ସମେତ ୧୨ ଦଫା ଦାବୀ ନେଇ ଉକ୍ତ ସମ୍ମିଳନୀ ଆଲୋଚନା ହେବ । ଏହା ସହିତ ଏକ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ପ୍ରଦାନ କରାଯିବ ବୋଲି ଆଜି ର ବୈଠକରେ ଆଲୋଚନା ହୋଇଛି । ଏଥିରେ ଏଆଇଟିୟୁସି ର ଜିଲ୍ଲା ନେତା ନୀଳକଣ୍ଠ ଦାଶ, ସଂଘର ଜିଲ୍ଲା ଉପସଭାନେତ୍ରୀ ବାସନ୍ତି ସାହୁ ଓ ସୁନିତା କୁମାରୀ ସାହୁଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହି ହେବାକୁ ଥିବା ସମ୍ମିଳନୀ କୁ କିପରୀ ସଠିକ ଭାବେ ପରିଚାଳନା କରାଯିବ ସେ ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ