ପୋଡ଼ାମାରୀରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ଚିକିତ୍ସା ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଳକ ପୋଡ଼ାମାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗ୍ଳୁକୋମା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ପଲ ଚାରି ଟେବୁଲ ଟ୍ରଷ୍ଟ , କଳିଙ୍ଗ ପୁଅ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ଏବଂ ସାଇଟ୍ ସେଭରସ୍ ଇଣ୍ଟେରନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ସମିତି ସଭ୍ୟ ପି . ଚନ୍ଦ୍ରମା ପାତ୍ର , ପୋଡାମାରୀ ଫାଣ୍ଡି ଅଧିକାରୀ ପରମେଶ୍ବର ମଲିକ , ଟ୍ରଷ୍ଟ ନିର୍ଦ୍ଦେଶକ ରାଜୀବ ବିଷୋୟୀ , ସଞ୍ଜୀବ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ୧୦୧ ଜଣ ଲୋକଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରାଯାଇଥିବା ବେଳେ ୨୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏଥିସହ ମୋଟ ୫୫ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଏବଂ ୩୦ ଜଣଙ୍କ ଚକ୍ଷୁ ପରୀକ୍ଷଣ ପରେ ମାଗଣା ଅସ୍ତ୍ରୋପଚାର ନିମନ୍ତେ ମେଡିକାଲ ପଠାଯିବା ସହ ୨୮ ଜଣଙ୍କ ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ କ୍ଯାମ୍ପ୍ ମ୍ୟାନେଜର ନଳିନୀକାନ୍ତ ରାଉତ , କର୍ମକର୍ତ୍ତା ଅନିଲ କୁମାର ସାହୁ , ପାୟଲ ଗୌଡ଼଼ , ମିନାକ୍ଷୀ ପାଣିଗ୍ରାହୀ , ପାର୍ବତୀ ସ୍ୱାଇଁଁ , ଆରଧନା ସାହୁ , ଏନ୍.ମୁନା , ରଘୁନାଥ ପାଢ଼ୀ , ସୁଶାନ୍ତ ଡାକୁଆ ସମେତ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଯୁବକ ଶିବିର ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।


