ନିଖିଳ ଓଡିଶା ଗାଁ ସାଥି ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ସମାବେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଗାଁ ସାଥି ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ଜିଲ୍ଲା ଗ୍ରାମ୍ୟ ଉନ୍ନଉନ ସଂସ୍ଥା ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ତୁରନ୍ତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ.ଜି.ଏନ.ଆର.ଇ.ଜି.ଏସ.)କୁ କାର୍ଯ୍ୟକାରୀ କରିବା । ପ୍ରବାସୀ ଶ୍ରମିକଙ୍କ ସହିତ ଗ୍ରାମରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ଶହ ଦିନର କାମ ଯୋଗାଇଦେବା,ମନରେଗା ପ୍ରକଳ୍ପରେ ମେସିନର ବ୍ୟବହାରକୁ ବନ୍ଦ କରାଯିବା,ମନରେଗା କାମର ସମସ୍ତ ଦାୟୀତ୍ୱ ପୂର୍ବପରି ଗାଁ ସାଥିଙ୍କ ଉପରେ ନ୍ୟସ୍ତ କରିବା,ସମସ୍ତ ଗାଁ ସାଥିଙ୍କୁ ସାମିଲ କରି ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା,ସମସ୍ତ ଲାଇନ ଡିପାର୍ଟମେଂଟରେ ମନରେଗାକୁ ସାମିଲ କରିବା ପ୍ରଭୃତି ଦାବିକୁ ନେଇ ଏକ ଦାବିପତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର ରାଜ୍ୟ ସଭାପତି ଡଃ.ସୁରେନ୍ଦ୍ର ନାଥ ମହାପାତ୍ର,ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରମିଳା ସାମଲ,ଜିଲ୍ଲା ସଭାପତି ରମଣୀରଞ୍ଜନ ରାଉତରାୟ,ଉପସଭାପତି ନିତ୍ୟସୁନ୍ଦର ଜେନା,ସହସମ୍ପାଦକ ମୁକୁନ୍ଦ ମହାପାତ୍ର,ଦେବକାନ୍ତ ପଲେଇ,ପ୍ରମୋଦ କୁମାର ମଲ୍ଲ,ଚିତରଞ୍ଜନ ଜେନା,ଖିରୋଦ କୁମାର ଖଟୁଆ,ବସନ୍ତ କୁମାର ବାରିକ,ସୁଶାନ୍ତ ରାଉତ,ଉପେନ୍ଦ୍ର କୁମାର ସାହୁ,ଗଜେନ୍ଦ୍ର ନାଥ ଜେନା,ଅନିମା ରାୟ,ରବିନ୍ଦ୍ର କୁମାର ରାଉତ,ପ୍ରକାଶ ପ୍ରଧାନ,ଶଙ୍କର୍ଷଣ ରାଉତ,ମନୋଜ ଦାଶ,ହରପ୍ରିୟା ଦାଶ ପ୍ରମୁଖ ଯୋଗଦେଇଥିଲେ ।