ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଡିଇଓଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କୁ ଏକ ୬ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସେହି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ କୋଭିଡ -୧୯ ମହାମାରୀକୁ ପ୍ରତିହତ କରିବା ପାଇଁ ପାଚିକା ଓ ସହାୟିକାମାନେ ଯତପର ନାସ୍ତି ଚେଷ୍ଟା କରି ଚାଲିଛନ୍ତି । ସେମାନେ ବିଦ୍ୟାଳୟକୁ ନଯାଉଥିଲେବି ସରକାର ଦେଉଥିବା କିଂଚିତ ମାତ୍ର ପାରିଶ୍ରମିକକୁ ମହାପ୍ରସାଦ ଭାବି ଅତି ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲାରେ ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀଥିବା ସ୍କୁଲ ଓ ୪୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ଏକ କିଲୋମିଟର ଦ୍ୱରତାରେ ଥିବା ସ୍କୁଲରେ ମିଶ୍ରଣ କରାଯାଉଛି । ଏଥିରେ ପାଚିକା ଓ ସହାୟିକାମାନଙ୍କୁ ବାଦ ଦିଆନଯାଇ ନିଶ୍ଚିତ ନିଯୁକ୍ତି ପ୍ରଦାନ କରାଯିବା, ପୂର୍ବରୁ ସରକାର ଅଷ୍ଟମ ଶ୍ରେଣୀକୁ ହାଇସ୍କୁଲରୁ ଆଣି ଏମ.ଇ. ସ୍କୁଲରେ ମିଶ୍ରଣ ପରେ ବାଦ ପଡିଥିବା ପାଚିକା,ପିଲା କମ ଆଳରେ ବାଦ ପଡିଥିବା ପାଚିକାଙ୍କୁ କୋଭିଡ ସହାୟତା ପ୍ରଦାନ ସହ ନିଯୁକ୍ତି, ଆଗରୁ ବାକି ଥିବା ୨୮ମାସର ପାରିଶ୍ରମିକ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ତୁରନ୍ତ ପ୍ରଦାନ କରାଯିବା, କୋଭିଡ ସହାୟତା ବାବଦକୁ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ପାରିଶ୍ରମିକ ପାଇନଥିବା ପାଚିକାଙ୍କୁ ତାହା ତୁରନ୍ତ ପ୍ରଦାନ କରିବା ଓ ଶାଢୀ ବାବଦକୁ ଅର୍ଥ ପ୍ରଦାନ କରିବା ପ୍ରଭୃତି ଦାବୀ ଗୁଡିକ ରହିଛି । ସଙ୍ଘର ରାଜ୍ୟ ଉପଦ୍ଦେଷ୍ଟା ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଙ୍ଘର ଜିଲ୍ଲା ସଭାପତି ସୁହାନା ବେଗମ, ଜିଲ୍ଲା ସମ୍ପାଦିକା ସୈାଭାଗିନି ପତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାଥ ନାୟକ, ଜିଲ୍ଲା ସହ ସମ୍ପାଦିକା ଦମୟନ୍ତୀ ସାମଲ, ଝରଣା ବେହେରା, ଝରନା ରାଉତ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ