୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ୪ ଗିରଫ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରାଯାଇଛି । ଏହି ମାମଲାରେ ୪ ଗିରଫ ହୋଇଛନ୍ତି । ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ଖବର ପାଇ ପାତ୍ରପୁଟ ବ୍ରିଜ ନିକଟରେ ଚଢାଉ କରିଥିଲା । ଧଳା ରଙ୍ଗର ନମ୍ବର ବିହିନ ମିନିଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା । ମିନିଟ୍ରକରୁ ୨୫୭ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାଲିକ ମୁଲ୍ୟ ୨୫ ଲକ୍ଷ ହେବ ବୋଲି ପୋଲସି ସୁଚନା ଦେଇଛି । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ୫ଟି ମୋବାଇଲ ୩୮ ହାଜର ଟଙ୍କା ଜବତ କରିଛି । ଗଞ୍ଜେଇ ଲମତାପୁଟ ଠାରୁ ଜୟପୁର ଦେଇ ଅନୁଗୁଳ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା । ସେମାନେ ହେଲେ ବୈଦ୍ଧ ଜିଲାର ସ୍ୱାଧିନ ନାୟକ (୩୭) ଓ ଅନନ୍ତ ଭୋଇ (୨୭) ଅନୁଗୁଳ ଜିଲାର ବଳିଆର ଭୁଝ ସାହୁ (୩୨) ଦେଓଘର ର ସୁବ୍ରତ କୁମାର ପ୍ରଧାନ (୩୨) । ଏନେଇ ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରି ଅଦିତ୍ୟ ମହାକୁଡ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ