ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘର ଧାରଣା
ଭୁବନେଶ୍ୱର (ଯୁଗାଦ୍ଦ ନ୍ୟୁଜ୍): ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ଏକ ବିରାଟ ରାଲି ମାଷ୍ଟର କ୍ୟାଣ୍ଟିନଠାରୁ ବାହାରି ଲୋୟର ପିଏମ୍ଜି ଧାରଣାସ୍ଥଳରେ ପହଞ୍ôଚଥିଲା । ରାଜ୍ୟ ମହାସଂଘ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ପ୍ରାୟ ୭ ହଜାରରୁ ଊଦ୍ଧ୍ୱର୍ ସମଗ୍ର ରାଜ୍ୟର ପାଚକ ପାଚିକା ଲୋୟର ପିଏମଜି ଠାରେ ଧାରଣାରେ ବସିଥିଲେ । ନିଜର ୭ ଦଫା ଦାବି ଯଥାର୍ଥତା ସମ୍ପର୍କରେ କର୍ମକର୍ତ୍ତା ଦୃଢ ଯୁକ୍ତି ବାଢିଥିଲେ । ନିକଟ ଅତୀତରେ ସରକାର ଅଙ୍ଗନୱାଡ଼ି ରୋଷେୟାଙ୍କ ପାଇଁ ୩୭୦୦ଟଙ୍କା ଘୋଷଣା କରିଥିବା ବେଳେ ଯେଉଁ ମାଆମାନେ ସମସ୍ତ ସ୍କୁଲ୍ରେ ପ୍ରାୟ ଦିନତମାମ ଖଟୁଥିଲେ ବି ବର୍ତ୍ତମାନ କେବଳ ୧୪୦୦ଟଙ୍କା ପାରିଶ୍ରମିକ ସହିତ ପ୍ରତିଦିନ ୪୫ଟଙ୍କା ୬୬ ପଇସା ସମୁଦ୍ରକୁ ଶଙ୍ଖେ ବୋଲି କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଥିଲେ । ଉକ୍ତ ସଂଗଠନର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ କେହି ଜଣାଉନଥିବା ଦୁଃଖର ବିଷୟ ବୋଲି ପାଚକ ପାଚିକା ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଆଜିର ଧାରଣାକୁ ରାଜ୍ୟ ବିଜୁ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଯଥାର୍ଥ ଦାବିଗୁଡ଼ିକ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜୁ ଯୁବ ଜନତା ରାଜ୍ୟ ଉପସଭାପତି ଦୁର୍ଗାପ୍ରସାଦ ସାମନ୍ତରାୟ ୫ ଦଫା ଦାବି ପୂରଣ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ସଂଯୁକ୍ତା ମହଲ, ପାଚକ ପାଚିକା ସଂଗଠନ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନୀ, କାର୍ତ୍ତିକ ସା, ହରିହର ପ୍ରଧାନ, ଜନକ ପ୍ରଧାନଙ୍କୁ ନେଇ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମନ୍ତ୍ରୀ ନୃସିଂହ ସାହୁଙ୍କୁ ଭେଟି ସକରାତ୍ମକ ଆଲୋଚନା କରିଥିଲେ । ଉଭୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ କରାଯାଇଥିଲା