ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଏକ ସ୍ୱାଧିନ ଗଣତନ୍ତ୍ର ରାଷ୍ଟ୍ରରେ ସ୍ୱାୟତ୍ତ ଶାସନ ଏକ ପ୍ରମୁଖ ଅଙ୍ଗ ପାଲଟିଛି । ସହରର ଜନସାଧାରଣଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ସୁସଙ୍ଗଠିତ ଢଙ୍ଗରେ ପରିଚାଳନା ସକାଶେ ସ୍ୱାୟତ୍ତ ଶାସନର ଆବଶ୍ୟକତା ରହିଛି । ନାଗରିକଙ୍କ ମୌଳିକ ଆବଶ୍ୟକତା ଓ ସହରର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁ ଆଖି ଦୃଶିଆ ଉନ୍ନୟନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣୁ ପ୍ରତିବର୍ଷ ସାରା ରାଜ୍ୟରେ ଅଗଷ୍ଟ ୩୧ ତାରିଖକୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳିତ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ, ହିଞ୍ଜିଳିକାଟୁ ପକ୍ଷରୁ ଏକ ଭବ୍ୟ ପରିବେଷରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ପୂର୍ବାହ୍ନରେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ସମସ୍ତ ପାରିଷଦ ଓ ପୈାରୁ କର୍ମଚାରୀଙ୍କ ଗହଣରେ ଉପସ୍ଥିତ ରହି ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସଫେଇ ଦିଦି ଓ ଭାଇ ମାନଙ୍କୁ ପୋଷାକ ବିତରଣର କରାଯାଇଥିଲା । ଅପରାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ୩ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ଦିବସରେର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ରାଜ୍ୟ ନଗର ଯୋଜନା ନିର୍ଦ୍ଦେଶକ ଡଃ. ସୁଶାନ୍ତ କୁମାର ମିଶ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ପୌରାଧ୍ୟକ୍ଷ ପୋଲାଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ମିଶନ ଶକ୍ତି ମେଳା ଓ ଗାନ୍ଧିଜୀଙ୍କ ପଟ୍ଟଚିତ୍ର ପ୍ରଦର୍ଶନୀ ଷ୍ଟଲର ଶୁଭ ଉଦଘାଟନ କରିଥିଲେ ।ପରେ ଅନୁଷ୍ଠିତ ଫୋଟ ଚିତ୍ର ଓ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳର ବିବିଧ ଉନ୍ନତି ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଜାରୀ ରହିଛି । ଏଣୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁ ବିକାଶ ମୂଳକ ଯୋଜନାକୁ ପ୍ରାଥମିକତା ଦିଆଯାଇ ପୌରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ଏଣୁ ସାରା ରାଜ୍ୟରେ ବିକାଶର ରୋଲ ମଡେଲ ପାଲଟିଥିବା ହିଞ୍ଜିଳିକାଟୁ ମୁନୁସିପାଲିଟିକୁ ଅଧିକ ସରସ ସୁନ୍ଦର ଗଢି ତୋଳିବା ସକାଶେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅତିଥି ବୃନ୍ଦ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେର ପ୍ରାକ୍ତନ ଅଧ୍ୟକ୍ଷ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ, କସ୍ତୁରୀ ସେଠି, ଗୌରୀ ପାଣିଗ୍ରାହୀ ଓ ଉପାଧ୍ୟକ୍ଷ ଗୋଲାପ ମହାପାତ୍ର, କିଶୋରୀ ସାହୁ, ସରୋଜୀନି ପଣ୍ଡା, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମଞ୍ଜୁଳା ଚୌଧୁରୀ, ରିନା ଗୌଡ ଓ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପଦର୍ଶନ କରିଥିବା ଭୂବନେଶ୍ୱର ସେନାପତି, କିଶୋର ଚନ୍ଦ୍ର ପଟ୍ଟନାୟକ, ରାଧାଶ୍ୟାମ ସାହୁ ଶର୍ମା, ଅଜୟ ଚୌଧୁରୀ, ଡଃ. ରମେଶ ଚନ୍ଦ୍ର ଚୌଧୁରୀ, ଗୋବିନ୍ଦ ପାଢି, ସୁକଦେବ ପାଣିଗ୍ରାହୀୀ, ଡ.ମାଧବ କୁମାର ସାହୁ, ନିତ୍ୟାନନ୍ଦ ସାହୁ , ସସ୍ମିତା ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ହରିହର ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ଥାନା ଆଇଆଇସି ଅଭିମନ୍ୟୁ ଦାସ,ବ୍ଳକ ଉପଧ୍ୟକ୍ଷ ସୁନିଳ ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ନଗର ବିଜେଡି ସଭାପତି ଭୀମସେନ ବେହେରା, ସଞ୍ଜୟ ପଣ୍ଡା, ଦେବାନନ୍ଦ ମହାପାତ୍ର, ଅଜୟ ମହାରଣା, ପ୍ୟାରୀୀମୋହନ ପାଢି, କିରଣ ପଟ୍ଟନାୟକ, ନିଳମଣି ପଟ୍ଟନାୟକ, ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌତମ ସାହୁ, କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସମସ୍ତ କାଉନସିଲରଙ୍କ ସମେତ ସହରରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୈାର ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ପୈାର କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ