ନିଖୋଜ ନାବାଳିକା ଝିଅ ଉଦ୍ଧାର ପାଇଁ ଏସପିଙ୍କ ଠାରେ ଗୁହାରି କଲେ ପରିବାର

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ନିଖୋଜ ନାବାଳିକା ଝିଅଙ୍କୁ ଉଦ୍ଧାର ପାଇଁ ଏସ୍ପିଙ୍କୁ ଗୁହାରୀ କଲେ ପରିବାର ।ଜଳେଶ୍ଵର ଥାନା ଝାଡପିମ୍ପଳ ଅଞ୍ଚଳର ରାଜେନ୍ଦ୍ର ଜେନାଙ୍କ ନାବାଳିକା ଝିଅ ଜୁନ ୨୮ ତାରିଖ ପଶ୍ଚିମବାଡ଼ ବାହୁଡା଼ ଦେଖିବାକୁ ଯାଇ ନିଖୋଜ ହୋଇଥିଲେ।ପରିବାର ଲୋକ ଖୋଜା ଖୋଜି ପରେ ଜାଣିବାକୁ ପାଇଲେ ବାଇଗଣ ଗଡ଼ିଆ ଅଞ୍ଚଳର ଯୁବକ ତାଙ୍କର ନାବାଳିକା ଝିଅକୁ ବାହୁଡା଼ ଦେଖି ଘରକୁ ଫେରିବା ବାଟରେ ଜୋର ଜବରଦସ୍ତ ଅପହରଣ କରିନେଇଛି। ଏ ନେଇ ଜଳେଶ୍ଵର ଥାନରେ ଝିଅର ମାଆ ଗତ ୩ ତାରିଖ ଏତଲା ଦେଇଥିଲେ।ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ତାଙ୍କର ଝିଅକୁ ଖୋଜି ବାହାର କରି ପାରୁନାହିଁ।ନିରାଶ ହୋଇ ଆଜି ପରିବାର ଲୋକ ଏସପିଙ୍କ ଠାରେ ଗୁହାରୀ କରିଛନ୍ତି।ଏଥି ସହିତ ଝିଅ କୁ ଉଦ୍ଧାର ନକଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ