ନିଜକୁ ପ୍ରସ୍ତୁତ କରିବା ପାଇଁ ଶାହାରୁଖଙ୍କୁ ଲାଗିଥାଏ ୫ ଘଣ୍ଟା
ମୁମ୍ବାଇ : ଶାହାରୁଖ ବାହାରକୁ ଯିବାକୁ ହେଲେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିଥାଆନ୍ତି। ମାତ୍ର ଗୌରୀ ଖାଁଙ୍କୁ ଏଥିପାଇଁ ମାତ୍ର ୫ ମିନିଟ୍ ସମୟ ଲାଗିଥାଏ। ଏକ ସାକ୍ଷାତକାରରେ ଗୌରୀ ତାଙ୍କ ପାରିବାରିକ ଜୀବନର ଏଭଳି ସିକ୍ରେଟ୍ ଖୋଲିଛନ୍ତି। ତାଙ୍କ ଘରର ଉପର ମହଲାରେ ଶାହାରୁଖଙ୍କର ଓ୍ବାର୍ଡରବରେ ଭର୍ତ୍ତି ଏକ ବଡ ରୁମ୍ ମଧ୍ୟ ରହିଛି। ‘ଷ୍ଟାଇଲିସ୍ କପୁଲ ଅଫ୍ ଦ ଇୟର’ ଆଓ୍ବାର୍ଡ ଗ୍ରହଣ କରିବା ଅବସରରେ ଗୌରି ଏମିତି କଥା କହିଛନ୍ତି।
ଆଉ ଏହାର ଉତ୍ତରରେ ଶାହାରୁଖ କହିଛନ୍ତି, ଗୌରୀ ଯାହା କହିଛନ୍ତି ତାହା ଠିକ୍ କଥା। ହେଲେ ମୁଁ ପ୍ରତିଥର ବ୍ଲାକ୍ ଶୁଟ୍ ପିନ୍ଧିବାକୁ ଭଲ ପାଉଥିବାରୁ ଏହାକୁ ବାଛି ପିନ୍ଧିବାକୁ ସମୟ ଲାଗିଥାଏ। ହେଲେ ଗୌରୀ ଭିନ୍ନ ଭିନ୍ନ ପୋଷାକ ପିନ୍ଧୁଥିବାରୁ ସେଥିପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥାଏ।