ନିଜସ୍ୱ ଜମିରେ ସ୍ଥାପନ କରାଯାଇଥିବାରୁ ଏହାକୁ ବାହାର କରିବା ପାଇଁ ଛତ୍ରପୁର ବିଡିଓ ଙ୍କ ଦ୍ୱାରସ୍ଥ
ଛତ୍ରପୁର, (ଦେବଦତ୍ତ ମହାରଣା) : କଣମଣା ପଂଚାୟତ ର ମାଟିଖାଲ ଗ୍ରାମ ଠାରେ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ବିନା ଅନୁମତିରେ ନଳକୂପ ସ୍ଥାପନ କରାଯାଇଥିବାରୁ ଏହାକୁ ସମ୍ପୁର୍ଣ୍ଣ ବାହାର କରିବା ନିମନ୍ତେ ଗୁରୁବାର ମାଟିଖାଲ ଗ୍ରାମର ବହୁ ଜନସାଧାରଣ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ ସ୍ଥାପନ କରାଯାଇଥିବା ନଳକୂପ ଟି ଗ୍ରାମର ଜଣଙ୍କ ନିଜସ୍ୱ ଜମି ଅଟେ । ଉକ୍ତ ଜାଗା ମାଲିକଙ୍କ ବିନା ଅନୁମତିରେ ଏହି ସ୍ଥାନରେ ନଳକୂପ ସ୍ଥାପନ କରାଯାଇଥିବାରୁ ଜାଗା ମାଲିକ ନାଇକାଣି ପ୍ରଧାନ ବହୁବାର ଅଭିଯୋଗ କରିଥିଲେ । ହେଲେ ତାଙ୍କୁ କୌଣସି ସୁଫଳ ମିଳିପାରିନାହିଁ । ଏବେ ଉକ୍ତ ଜମିରେ ସେ ଘର କରିବା ପାଇଁ ଛତ୍ରପୁର ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।


