ନିଜେ ମାକ୍ସ ତିଆରିକରି ବାଣ୍ଟୁଛି ବିବେକାନନ୍ଦ ଯୁବ ସଂଘ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ସଂପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟସରକାର ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରିଥିବାବେଳେ ଏବେ ସୋସୋର ବିବେକାନନ୍ଦ ଯୁବ ସଂଘ ମାସ୍କ ଯୋଗାଇ ଦେବାକୁ ଆଗେଇ ଆସିଛି । ଏବେ ବଜାରରେ ମାସ୍କ ମିଳୁନଥିବାବେଳେ ପଞ୍ଚାୟତ ପକ୍ଷରୁ ପ୍ରତି ଘରକୁ ମାତ୍ର ଦୁଇ ଦୁଇଟି ମାସ୍କ ଦିଆଯାଉଥିବାରୁ ଲୋକମାନେ ମାସ୍କ ବ୍ୟବହାର କରିବାରେ ନିଅଣ୍ଟ ପଡୁଛି । ଫଳରେ ବିବେକାନନ୍ଦ ଯୁବ ସଂଘ ସୋସୋ ପକ୍ଷରୁ ନିଜ ଉଦ୍ୟମରେ ମାସ୍କ ପ୍ରସ୍ତୁତ କରି ଲୋକମାନଙ୍କୁ ବଣ୍ଟନ କରୁଛନ୍ତି । ସଂଘର ସଭାପତି ଶ୍ରୀମନ୍ତ କୁମାର ରାଉତଙ୍କ ନତୃତ୍ୱରେ ଉପସଭାପତି ବିମଲ କୁମାର ଦୋରା, ରଞ୍ଜନ କୁମାର ନାୟକ, ଚନ୍ଦନ କୁମାର ନାୟକ, ହରପ୍ରୀୟା ରାଉତ, ଦେବବଞ୍ଚିତା ପ୍ରଧାନ, ଚିନ୍ମୟୀ ନାୟକ, ହିମାଶୁଂ ନାୟକ, ରାଜେଶ କୁମାର ରାଉତ, ରଞ୍ଜନ ରଣା, ଅଜୟ କୁମାର ଭୁତିଆ, ଅବିନାଶ ଆଇଚ, ମୁସ୍ତାକ ଖାଁ, ରାଜେନ୍ଦ୍ର ଦାସ, ଦେବେନ୍ଦ୍ର ପଣ୍ଡିତ, ଜୁମା ଖାଁ, ଶରତ କୁମାର ରାଉତ ପ୍ରମୁଖ ସଦସ୍ୟମାନେ ୪ଟି ଟେଲରିଂ ମେସିନି ପକାଇ ନିଜ ହାତରେ ମାସ୍କ ପ୍ରସ୍ତୁତକରି ଲୋକମାନଙ୍କୁ ବଣ୍ଟନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ